୧୫ ଘଂଟା ଧରି ହୃତସ୍ପନ୍ଦନ ବନ୍ଦ ରଖି ଅସ୍ତ୍ରୋପଚାର : ଶିଶୁ ପାଇଲା ନୂଆ ଜୀବନ

83

_36a9f180-6e70-11e6-93fb-3c3e574fb2a6କୁହାଯାଏ ଡାକ୍ତରମାନେ ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ଆମକୁ ସେମାନେ ଦେଇଥାନ୍ତି ନୂଆ ଜୀବନ। ଦେହ ଅଛିତ ରୋଗ ବି ଅଛି। ଏହା ଆଜନ୍ମ ସତ୍ୟ। ହେଲେ ଏମିତି କିଛି ଚିକିତ୍ସା ଅଛି ସମସ୍ତ ଡାକ୍ତରୀ ବିଦ୍ୟା ବି ଫେଲ ମାରିଯାଏ। ଏଠି କିନ୍ତୁ ସଫଳ ହୋଇଛନ୍ତି ଡାକ୍ତର ।

nathan-byrne_650x400_51472480693ଏମିତି ଏକ ଘଟଣା ଘଟିଛି ବ୍ରିଟେନରେ। ଡାକ୍ତରମାନଙ୍କ ଅକ୍ଲାନ୍ତ ପରିଶ୍ରମରେ ଏକ ୯ ମାସର ଶିଶୁ ପାଇଛି ନୂଆ ଜୀବନ। ୧୫ ଘଂଟା ଧରି କୃତିମ ଉପାୟରେ ସେହି ପିଲାର ହୃତସ୍ପନ୍ଦନକୁ ବନ୍ଦ ରଖି ହୋଇଥିଲା ବିରଳ ଅସ୍ତ୍ରୋପ୍ରଚାର। ଦୈନିକ ହିନ୍ଦୁସ୍ଥାନ ଟାଇମ୍ସରେ ପ୍ରକାଶିତ ଏହି ଖବର ଏବେ ବିଶ୍ୱ ସାରା ଚର୍ଚ୍ଚା ପାଲଟିଛି ।

surgery-480ଏହାକୁ  ମିରାକଲ କୁହାଯିବନି ତ ଆଉ କଣ କୁହାଯିବ ? ନାଥାନ ବାରିନ ନାମକ ୯ମାସର ଶିଶୁ ହୃତପିଣ୍ଡରେ ଗର୍ତ୍ତ ଥିବା ଜାଣି ଶିଶୁଟିର ପିତାମାତା ଚିନ୍ତାରେ ପଡିଯାଇଥିଲେ। ପିଲାଟିର ସ୍ୱାସ୍ଥ୍ୟ ଏତେ ଖରାପ ଥିଲା ଯେ ,ତାର ବଂଚିବା ଆଶା ଛଡାଇ ନେଇଥିଲେ ପିଲାଟିର ପିତାମାତା। ଡାକ୍ତରମାନେ ମଧ୍ୟ ଉପାୟଶୂନ୍ୟ ଥିଲେ। ମାତ୍ର ୯ ମାସର ପିଲା।  ପୁଣି ଏଭଳି ଛୋଟ ଶରୀରର ଛୋଟ ହୃତପିଣ୍ଡରେ ଗର୍ତ୍ତ। କିପରି ହେବ ଜଟିଳ ସର୍ଜରୀ ଚିକିତ୍ସା। ହେଲ ହାରିନଥିଲେ ଡାକ୍ତମାନେ ଲାଇଫ-ସେଭିଙ୍ଗ ଅପରେସନ ଦ୍ୱାରା ୯ ମାସର ପିଲା ନାଥାନ  ପାଇଲା ନୂଆ ଜୀବନ।

496506-438961-heartନାଥାନର ଛୋଟ ହୃତପିଣ୍ଡର ସେହି ଗର୍ତକୁ ୧୫ ଘଂଟା କୃତିମ ଉପାୟରେ ବନ୍ଦ କରି ଦିଆଗଲା। ତାର ହୃତପିଣ୍ଡ ଓ ଫୁସଫୁସରେ ରକ୍ତ ସଂଚାଳନ ପାଇଁ ଶରୀର ବାହାରୁ ଏକ ଲାଇଫ-ସେଭିଂ ମେସିନ ଦ୍ୱାରା କାର୍ଯ୍ୟକ୍ଷମ କରାଗଲା।। ପିଲାଟିର ଅନ୍ତବୁଜୁଳା କୈାଣସି ସଂକ୍ରମିତ ନହେବାକୁ , ୧୦ ଦିନ ଯାଏ କିଛି ଖାଇବାକୁ ଦିଆଗଲା ନାହିଁ । ଏଭଳି କଷ୍ଟ ସାଧ୍ୟ ଅପରେସନ ପରେ ସଫଳ ହେଲେ ଡାକ୍ତର। ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବଂଚିଗଲା ସେହି ୯ ମାସର ପିଲା ନାଥାନ  । ଯଦି ସଠିକ ସମୟରେ ଏପରି ଅସ୍ତ୍ରୋପଚାର ହୋଇନଥାନ୍ତା , ୬ମାସ ହୁଏତ ବଂଚି ନଥାନ୍ତା ସେ ପିଲାଟି। କ୍ରମେ ତାହା ସଂକ୍ରମିତ ହୋଇ ଫୁସଫୁସିୟ ଧମନୀ ନଷ୍ଟ ହୋଇଯାଇଥାନ୍ତା। ବର୍ତମାନ ପୂରା ସୁସ୍ଥ ସେହି୯ ମାସର ନାଥାନ।

53914621ପିତା ଡାଭିଡ ବେରିନ୍ ଓ ମାତା ଲେସଲେ କଣ୍ଡିଙ୍କ ଖୁସି କହିଲେ ନସରେ। ପିଲାଟିର ଚିକିତ୍ସାର ୧୧ ଦିନ ପରେ ମଦରସ ଡେ ରେ , ମା’ଲେସଲି ନିଜ ୯ ମାସର ପିଲାକୁ ଖୁସିରେ ଆତ୍ମହରା ହୋଇ ଧରିଥିଲେ ହାତରେ। ଅନେକ ଧନ୍ୟବାଦ ଦେଇଥିଲେ ଭଗବାନଙ୍କୁ ଓ ଡାକ୍ତରଙ୍କୁ।