ଛତିଶଗଡ଼ ନାରାୟଣପୁରରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା । ଛାତି ଓ ମୁଣ୍ଡରେ ଗୁଳି ବାଜିବାରୁ ଟଳିପଡ଼ିଲେ ବିକ୍ରମ ବେସ ।

206

କନକ ବ୍ୟୁରୋ: ଛତିଶଗଡ଼ରେ ନିର୍ବାଚନୀ ହିଂସା । ନାରାୟଣପୁରରେ କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ରାତି ପ୍ରାୟ ୯ଟାରେ ରାସ୍ତାରେ ବିକ୍ରମଙ୍କୁ ଗୁଳି କରି ହତ୍ୟା କରାଯାଇଛି । କିଛି ଦୁର୍ବୃତ୍ତ ବାଇକ୍ରେ ଆସି ବିକ୍ରମଙ୍କ ଉପରକୁ ଗୁଳି କରିଥିଲେ । ଘଟଣାସ୍ଥଳରେ ହିଁ ବିକ୍ରମଙ୍କ ମୃତ୍ୟୁ ହୋଇଯାଇଛି । ବିକ୍ରମଙ୍କ ମୁଣ୍ଡ ଓ ଛାତିରେ ବାଜିଛି ଗୁଳି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ସମ୍ପର୍କରେ ନାରାୟଣପୁର ଏସ୍ପି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୋଲିସ ଟିମ୍ ।