ଆପ୍ ପାଇଁ ପ୍ରଚାର କରିବେ ଖଲି : ଦଳରେ ସାମିଲକୁ ମନା

45

source -google

କନକ ବ୍ୟୁରୋ : ରାଜନୀତିରେ ଗୁଜବ ଯେ ଗୁରୁତ୍ୱ ରଖେ ଏକଥାକୁ ଅନୁଭବ କରିଛନ୍ତି ଦ ଗ୍ରେଟ ଖଲି। ଜାତୀୟ ଗଣମାଧ୍ୟମରେ ଚର୍ଚା ହୋଇଥିଲା ଯେ ଖଲି ଯୋଗଦେଇଛନ୍ତି ଆମ୍ ଆଦମୀ ପାର୍ଟିରେ। କିନ୍ତୁ ଖଲି ଏହାକୁ ଅସ୍ୱୀକାର କରି ଆମ୍ ଆଦମୀ ହୋଇ ରହିବାକୁ ଶେଷରେ ନିଷ୍ପତି ନେଇଛନ୍ତି। ଆଗାମୀ ବର୍ଷ ପଂଜାବରେ ହେବ ନିର୍ବାଚନ। ଅକାଳି ଦଳ ଓ କଂଗ୍ରେସ ବହୁ ବର୍ଷ ଧରି ପଂଜାବରେ ଶାସନ କରିଆସୁଛନ୍ତି। ପଂଜାବକୁ ଦଖଲ କରିବା ପାଇଁ ଆପ୍ ପ୍ରସ୍ତୁତ କରିଛି ଯୋଜନା। ଆଉ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିବେ ଦଲୀପ ସିଂ ରାଣା ଓରଫ୍ ରେସଲର ଦ ଗ୍ରେଟ ଖଲି।

source-tribuneindia.com

ଆମ୍ ଆଦମୀ ପାର୍ଟିର ସୁଲତାନପୁରର ପ୍ରାର୍ଥୀ ସଜ୍ଜନ ସିଂ ଚିମାଙ୍କ ସପକ୍ଷରେ ପ୍ରଚାର କରିବେ ଖଲି। ଖଲି ଆମ୍ ଆଦମୀ ପାର୍ଟିରେ ଯୋଗ ଦେବା ନେଇ ଚର୍ଚ୍ଚା ହୋଇଥିଲା। ଯାହାକୁ ଖଲି ଶେଷରେ ଖଣ୍ଡନ କରଛନ୍ତି। କିନ୍ତୁ ଖଲି ଆପ୍ ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଖଲି ବର୍ତମାନ ପଂଜାବ ରାଜ୍ୟ ପୋଲିସରେ କାର୍ଯ୍ୟରତ। ।

୨୦୦୬ ମସିହାରେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ରେସଲିଂ ଏନଟରଟେନମେଂଟରେ ଜିତିଥିଲେ। ପରେ ପରେ ୨୦୧୦-୧୧ ମସିହାରେ ବିଗ୍ ବସରେ ନଜର ଆସିଥିଲେ ଖଲି। ସେହିପରି ୪ଟି ହଲିଉଡ ଫିଲ୍ମ ଓ ୨ଟି ବଲିଉଡ ଫିଲ୍ମରେ ନଜର ଆସିଥିଲେ ଖଲି। ବିଶ୍ୱ ରେସଲିଂ ଏନଟରଟେନମେଂଟକୁ ଆସିବା ଆଗରୁ ସିକ୍ୟୁରିଟି ଗାର୍ଡରୁ କ୍ୟାରିୟର ଆରମ୍ଭ କରିଥିଲେ ଖଲି।