ବର୍ଷାରାଣୀ ପାଇଁ ବେଙ୍ଗ ବିଭା : ଦେଖନ୍ତୁ ଏକ ନିଆରା ବିଶ୍ୱାସ

82

1ବିଜ୍ଞାନ ବଳରେ ମଣିଷ ଯେତେ ଅଗ୍ରଗତି କଲେବି ଏମିତି କିଛି କାମ ପାଇଁ ମଣିଷକୁ ପୁଣି ଅନ୍ଧବିଶ୍ୱାସକୁ ବି ମାନିବାକୁ ପଡିଥାଏ। ଆସାମର ଜୋରହାଟ ଜିଲ୍ଲା ରୋଙ୍ଗଡୋଇ ଗାଁରେ ଏମିିତି ଘଟିଛି ଏକ ଘଟଣା। ଜଙ୍ଗଲୀ ବେଙ୍ଗର ବାହାଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ଷା ପାଇଁ ବେଙ୍ଗ ବାହାଘର ହିନ୍ଦୁ ବୈଦିକ ରୀତିରେ କରାଯାଇଛି । ଗାଁର କମ୍ୟୁନିଟି ହଲରେ ଗ୍ରାମର ଛୋଟ ପିଲାଠାରୁ ବଡ ଯାଏ ,ବୃଦ୍ଧ, ଯୁବକ ଓ ମହିଳମାନେ ସମସ୍ତେ ଉତ୍ସାହରେ ରୁଢ ହୋଇ ଏହି ବେଙ୍ଗ ବାହା ଘର ଦେଖୁଥିଲେ। ରାତି ଯାଏ ଚାଲିଥିଲା ଏ ଅଣପାରଂପରିକ ବେଙ୍ଗ ବାହାଘର। ବ୍ରାହ୍ମଣର ମନ୍ତ୍ରପାଠ ଓ ହୁଳିହୁଳିରେ ପରିବେଶ ଉତ୍ସବମୁଖର ହୋଇଉଠିଥିଲା।

b_id_373274_frog_marriageଦେଶରେ ଅନେକ ରାଜ୍ୟ ଅନାବୃଷ୍ଟିର ଶିକାର। ଏଥିରୁ ବାଦ୍ ପଡିନି ଆସାମ। ପାଖାପାଖି ଦୁଇ ସପ୍ତାହ ହେଲା ଆସାମର ରୋଙ୍ଗଡୋଇ ଗାଁରେ ଜଳାଭାବ ଦେଖାଦେଇଛି । ମୈାସୁମୀ ବର୍ଷାର ବି ଦେଖାନାହିଁ। ଯାହାଦ୍ୱାରା ଚାଷୀମାନେ ଚାଷ ପାଇଁ ବହୁତ ହଇରାଣ ହରକତ ହେଉଛନ୍ତି। ଧାନ କ୍ଷେତ୍ର ଉଜୁଡି ଗଲାଣି। ଦିନରେ ଶୁଷ୍କ ବାୟୁ ପ୍ରବାହିତ ହେଉଛି। କୂଅ ପୋଖରିରେ ବି ପାଣି ଶୁଖିଲାଣି। ଦିନରେ ଧୂଳି ଝଡ ହେଉଛି। ଆସାମର ରୋଙ୍ଗଡୋଇ ଗାଁରେ ଅସହ୍ୟ ହେଲାଣି ଜୀବନ ନିର୍ବାହ କରିବା।

frog-wedding_0ଏଥିପାଇଁ ଗ୍ରାମର ବୟସ୍କ ଲୋକଙ୍କ ପରାମର୍ଶ ଅନୁସାରେ ଅନୁଷ୍ଠିତ ହୋଇଛି ଜଙ୍ଗଲୀ ବେଙ୍ଗ ବାହାଘର। ହିନ୍ଦୁ ମାନଙ୍କ ମଧ୍ୟରେ ବିଶ୍ୱାସ ଅଛି , ଯଦି ଜଙ୍ଗଲୀ ବେଙ୍ଗମାନଙ୍କୁଧରି ବୈଦିକ ରୀତି ନୀତି ଅନୁସାରେ ମନୁଷ୍ୟ ବିଭାଘର ଭଳି ସେମାନଙ୍କ ବାହାଘର କରାଯାଏ। ବର୍ଷାର ଦେବତା ବରୁଣ ଦେବ ସନ୍ତୁଷ୍ଟ ହେବେ ଏବଂ ଆଗାମୀ ଦିନରେ ଖୁବ୍ ବର୍ଷା ହେବ। ଏଥିପାଇଁ ରୋଙ୍ଗଡୋଇ ଗାଁରେ ଲୋକମାନେ ଏହି ଅଣପାରମ୍ପରିକ ବେଙ୍ଗ ବାହାଘରକୁ ଆପଣେଇଛନ୍ତି। ନିଆରା ଢଙ୍ଗରେ ଆୟୋଜନ କରିଛନ୍ତି ଏହି ବେଙ୍ଗ ବାହାଘର । ଦି ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏହି ନିଆରା ବିଭା ଖବର ଏବେ ଭାଇରାଲ ସାଜିଛି।

ଏହି ନିଆରା ବେଙ୍ଗ ବାହାଘର ଦେଖନ୍ତୁ ଏହି ଭିଡିଓରେ