ପ୍ରେମ କରି ଖାଇଲେ ଧୋକ୍କା, ତେଣୁ ସାଜିଗଲେ ‘ବେବଫା ଚା’ ବାଲା’ ! ପ୍ରେମୀ ଯୁଗଳ ଏବଂ ହତାସ୍ ପ୍ରେମୀଙ୍କ ପାଇଁ ଏହି ଦୋକାନରେ ଚା’ର ଦାମ ଅଲଗା ଅଲଗା

1,134

ଆପଣ ବେବଫା ସନମ, ବେବଫା ମୋହବତ ଏବଂ ବେବଫା ପ୍ରେମିକଙ୍କ ବିଷୟରେ ତ ନିଶ୍ଚୟ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ‘ବେବଫା ଚାହା ବାଲା’ ସଂପର୍କରେ । ଲକ୍ଷ୍ନୋରେ ଏଭଳି ଜଣେ ଚାହା ଦୋକାନୀ ଅଛନ୍ତି , ଯିଏ କି ଯୁବପୀଢିଙ୍କ ପାଇଁ ଖାସ୍ ପସନ୍ଦ ପାଲଟିଯାଇଛନ୍ତି । ଯାହାଙ୍କର ନାଁ ବି ରହିଛି ଏକଦମ୍ ନିଆରା । ତେବେ ଏହି  ଦୋକନୀ ବେବଫା ଚା’ ବାଲା ନାଁରେ ବେଶ୍ ପରିଚିତ । ଖାସ୍ କଥା ହେଲା କି ଏଠାରେ ପ୍ରେମୀ ଯୁଗଳ ଏବଂ ପ୍ରେମରେ ପ୍ରତାରିତ ହୋଇଥିବା ଲୋକଙ୍କ ପାଇଁ ଚା’ର ମୂଲ୍ୟ ଅଲଗା ଅଲଗା ରହିଛି ।

ଲକ୍ଷ୍ନୋର ଫନ ମଲ ସାମ୍ନାରେ ଏହି ଦୋକାନରେ ବକୱାସ୍ ମ୍ୟାଗି, ବେଇମାନ ମାଇକ୍ରୋନି ଏବଂ ବଦନାମ କଫି ଭଳି ଅଜବଗଜବ ନାଁରେ ସବୁକିଛି ମିଳିଥାଏ, ଯାହା  ଦୋକାନୀର ମାଲିକ ତଥା ଆଦିତ୍ୟ ସିଂହଙ୍କ ପ୍ରେମିକାଙ୍କୁ ବହୁତ ପସନ୍ଦ ଥିଲା । ଆଦିତ୍ୟ କହୁନ୍ତି କି, ଯେତେବେଳେ ତାଙ୍କର ହୃଦୟ ଭାଙ୍ଗିଥିବା ସେତେବେଳେ ସେ ଚା’ ଦୋକାନ ଖୋଲିବାକୁ ନିଷ୍ପତି ନେଇଥିଲେ । ଏବଂ ଦୋକାନର ନାଁ ରଖିଦେଇଥିଲେ ‘ବେବଫା ଚାହା ବାଲା’ ।

ଏଠାରେ ପ୍ରେମୀ  ଯୁଗଳଙ୍କ ପାଇଁ ଚା’ ଦାମ ୧୫ ଟଙ୍କା ରହିଥିବା ବେଳେ ପ୍ରେମରେ ପ୍ରତାରିତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ୧୦ ଟଙ୍କା ରଖାଯାଇଛି । ସେହିପରି ଯାହାବି ଏଠାରେ ମିଳିଥାଏ ତାର ନାଁ ବି ଆଦିତ୍ୟଙ୍କ ଭଙ୍ଗା ହୃଦୟ ଭଳି ଦିଆଯାଇଛି । ତେଣୁ ନିଜର ଏଭଳି ନିଆରା ନାଁ କାରଣରୁ ଏହି ଦୋକାନ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି । ଏହି ଦୋକାନକୁ ଆସୁଥିବା ଗ୍ରାହକମାନେ ସବୁବେଳେ ଆଦିତ୍ୟଙ୍କର ହାଲଚାଲ ପଚାରି ବୁଝିଥାନ୍ତି । ଏଠାରେ ବିଭିନ୍ନ ପ୍ରକାରର ଚା’ ଉପଲବ୍ଧ ।