ବେରୋଜଗାରୀଙ୍କୁ ରେଳ ଟିକେଟ ଉପରେ ମିଳିଥାଏ ୭୫% ପର୍ଯ୍ୟନ୍ତ ଛାଡ : ଜାଣନ୍ତୁ କିଭଳି ଉଠାଇବେ ଏହି ସୁବିଧାର ଲାଭ ଏବଂ କେଉଁ ପରିସ୍ଥିତିରେ ଶସ୍ତାରେ ପାଇବେ ଟିକେଟ୍

33

ରେଳରେ ଯାତ୍ରା କରିବା ପାଇଁ ଉଭୟ ବରିଷ୍ଠ ନାଗରିକ ଓ ରୋଗୀଙ୍କ ସମେତ ବାକି ଲୋକମାନଙ୍କୁ ବି ଭଡାରେ ରିହାତି ମିଳିବା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ । ଏଥିସହିତ ହିଁ ରେଳମନ୍ତ୍ରାଳୟ ବେରୋଜଗାରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧାସୁଯୋଗ ମଧ୍ୟ ଉପଲବ୍ଧ କରାଇଥାଏ । ତେବେ କିଛି ଖାସ ତଥା ବିଶେଷ କାଟାଗୋରୀ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ବଡ ଧରଣର ରିହାତି ମିଳିଥାଏ । ଯେଉଁଥିରେ ପ୍ରତିଦିନ ଘରୁ ସ୍କୁଲ ତଥା କଲେଜ ଯିବାଆସିବା ସମେତ ଟୁର, ବିଦେଶୀ ଛାତ୍ରଛାତ୍ରୀଙ୍କ ଯାତ୍ରା କରିବା, ରିସର୍ଚ୍ଚ ସମ୍ବନ୍ଧିତ ଟ୍ରାଭେଲ ସମେତ ୬ଟି କାଟାଗୋରୀ ସାମିଲ ।

ଛାତ୍ରଛାତ୍ରୀଙ୍କ ପାଇଁ କଣ ରହିଛି ବିଶେଷ ସୁବିଧା

• ଛାତ୍ରଛାତ୍ରୀମାନେ ଗ୍ରାଜୁଏସନ ପର୍ଯ୍ୟନ୍ତ ଏମଏସଟିର ସେକେଣ୍ଡ କ୍ଲାସରେ ମାଗଣାରେ ଯାତ୍ରା କରିପାରିବେ । ଯେବେକି ଛାତ୍ରଛାତ୍ରୀ ଦ୍ୱାଦଶ କ୍ଲାସଏବଂ ମଦରସାରେ ପାଠପଢୁଥିବା ପିଲାମାନେ ମଧ୍ୟ ସାମିଲ ଅଛନ୍ତି ।

• ଭାରତୀୟ ରେଳମନ୍ତ୍ରାଳୟ ନିଜ ହୋମଟାଉନ ଏବଂ ଏଜୁକେଶନାଲ ଟୁର ଉପରେ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ଶସ୍ତାରେ ଯାତ୍ରା କରିବାର ସୁଯୋଗ ଦେଇଥାଏ । ଏଥିପାଇଁ ଜେନେରାଲ କାଟାଗୋରୀ ବିଶିଷ୍ଟ ଷ୍ଟୁଡେଂଟଙ୍କ ପାଇଁ ସେକେଣ୍ଡ ଏବଂ ସ୍ଲିପର କ୍ଲାସରେ ଭଡା ଉପରେ ୫୦ ପ୍ରତିଶତ ରିହାତି ଦେଇଥାଏ । ଏମଏସଟି ବର୍ଗଙ୍କୁ ମଧ୍ୟ ୫୦ ପ୍ରତିଶତ ଡିସକାଉଂଟ ମିଳିଥାଏ । ସେହିପରି ଏସସି-ଏସଟି ବର୍ଗର ଷ୍ଟୁଟେଂଟଙ୍କୁ ସେକେଣ୍ଡ ଏବଂ ସ୍ଲିପର କ୍ଲାସ ଟିକେଟ ଉପରେ ୭୫ ପ୍ରତିଶତର ରିହାତି ମିଳିଥାଏ ।

• ୩୫ ବର୍ଷ ପର୍ଯ୍ୟନ୍ତ ରିସର୍ଚ୍ଚ ସ୍କଲାର୍ସଙ୍କୁ ରିସର୍ଚ୍ଚ ସହ ଜଡିତ କାର୍ଯ୍ୟ ପାଇଁ ରେଳରେ ଯାତ୍ରା କରିବା ପାଇଁ ଟିକେଟ ଉପରେ ୫୦ ପ୍ରତିଶତ ରିହାତି ଉପଲବ୍ଧ । ଏହି ରିହାତି ଉଭୟ ସେକେଣ୍ଡ ଏବଂ ସ୍ଲିପର କ୍ଲାସରେ ଯାତ୍ରା କରିବା ଉପରେ ଲାଗୁ ହୋଇଥାଏ । ଓାର୍କ କାମ୍ପରେ ଭାଗ ନେବାକୁ ଯାଉଥିବା ଛାତ୍ରଛାତ୍ରୀ କିମ୍ବା ଅଣ-ଛାତ୍ରଛାତ୍ରୀମାନଙ୍କୁ ଉଭୟ ସେକେଣ୍ଡ ଏବଂ ସ୍ଲିପର କ୍ଲାସର ରେଳ ଟିକେଟ ଉପରେ ୨୫ ପ୍ରତିଶତ ରିହାତି ମିଳିଥାଏ ।

• ଗ୍ରାମୀଣ ଅଂଚଳର ସରକାରୀ ସ୍କୁଲରେ ପାଠପଢୁଥିବା ଝିଅମାନଙ୍କୁ ମେଡିକାଲ, ଇଂଜିନିୟରିଂ ଆଦିର ଏଂଟ୍ରାନ୍ସ ପରୀକ୍ଷା ପାଇଁ ରେଳ ଟିକେଟ ଉପରେ ୭୫ ପ୍ରତିଶତ ରିହାତି ମିଳିଥାଏ । ଏହି ରିହାତି ସେକେଣ୍ଡ କ୍ଲାସରେ ଯାତ୍ରା କରିବା ଦ୍ୱାରା ମିଳିଥାଏ । ୟୁପିଏସସି ଏବଂ ସେଂଟ୍ରାଲ ଷ୍ଟାଫ ସିଲେକସନ କମିଶନ୍ସ ଦ୍ୱାରା ଆୟୋଜିତ ମୁଖ୍ୟ ଲିଖିତ ପରୀକ୍ଷା ଦେବାକୁ ଯାଉଥିବା ଷ୍ଟୁଟେଂଟଙ୍କୁ ରେଳ ଟିକେଟ୍ ଭଡାରେ ୫୦ ପ୍ରତିଶତର ରିହାତି ମିଳିଥାଏ ।ଆଉ ଏହା ମଧ୍ୟ ସେକେଣ୍ଡ କ୍ଲାସରେ ଯାତ୍ରା କରିବା ଉପରେ ଲାଗୁ ହୋଇଥାଏ ।

• ଗ୍ରାମୀଣ ଅଂଚଳରେ ସରକାରୀ ସ୍କୁଲରେ ପାଠପଢୁଥିବା ପିଲାମାନଙ୍କୁ ବର୍ଷକୁ ଥରେ ଷ୍ଟଡି ଟୁର ପାଇଁ ସେକେଣ୍ଡ କ୍ଲାସର ରେଳ ଟିକେଟରେ ୭୫ ପ୍ରତିଶତର ରିହାତି ମିଳିଥାଏ ।

• ମର୍କଟାଇଲ ମେରୀନର ନେଭିଗେସନାଲ କିମ୍ବା ଇଂଜିନିୟରିଂ ଟ୍ରେନିଂ କରୁଥିବା ପ୍ରାର୍ଥୀ ଏବଂ Marine Engineer Prenticeଙ୍କୁ ମଧ୍ୟ ସ୍ଲିପର କ୍ଲାସ ଟିକେଟ ଉପରେ ୫୦ ପ୍ରତିଶତର ରିହାତି ମିଳିଥାଏ ।