ସମୁଦ୍ରରେ ମାଛ ଚାଷ : ଦେଖନ୍ତୁ ପୁରୀ ସମୁଦ୍ରରେ ଅଭିନବ ଉପାୟରେ ସି-କେଜ୍ ଫାର୍ମିଂ

121

vlcsnap-2016-11-19-10h51m12s719ପୁରୀ : ସମୁଦ୍ରରେ ମାଛ ଚାଷ । ପୁରୀ ସମୁଦ୍ରରେ ଅଭିନବ ଉପାୟରେ ମାଛ ଚାଷ ଆରମ୍ଭ ହୋଇଛି । ଏହାକୁ ସି-କେଜ୍ ଫାର୍ମିଂ କୁହାଯାଉଛି । କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ସମୁଦ୍ର ତଟବର୍ତି ବିଭିନ୍ନ ସ୍ଥାନରେ ଏହିଭଳି ମାଛ ଚାଷ କରାଯାଉଛି । ଏହି ଅଭିନବ ପଦ୍ଧତିରେ ମାଛ ଚାଷ ପାଇଁ ପୁରୀରେ ସମୁଦ୍ର ଭିତରେ ସଫଳତାର ସହ ପଞ୍ଜୁରି ସ୍ଥାପନ କରାଯାଇଛି ।

ଶୁକ୍ରବାର ଅପରାହ୍ଣରେ ନୋଳିଆଙ୍କ ସହାୟତାରେ ପଞ୍ଜୁରି ସହ ଜାଲ, ଡ୍ରମ, ସିମେଂଟ ଆଙ୍କର ଆଦି ନିଆ ଯାଇଥିଲା । ବିଶିଷ୍ଟ ବୈଜ୍ଞାନିକ ରୀତା ଜୟଶଙ୍କରଙ୍କ ନେତୃତ୍ୱରେ କୋଚିନରୁ ଆସିଥିବା ବୈଜ୍ଞାନିକ ବିଶ୍ୱଜିତ ଦାସ ସମୁଦ୍ର ଭିତରକୁ ଯାଇ ପଂଜୁରୀ ସ୍ଥାପନ କରିଛନ୍ତି । ଆଜି ଯାଆଁଳ ଛଡାଯିବା ଯୋଜନା ରହିଛି । ଏହି ପଞ୍ଜୁରି ରାତିରେ ଦେଖାଯିବା ପାଇଁ ସୌରଚାଳିତ ଆଲୋକୀକରଣ ବ୍ୟବସ୍ଥା କରାଯିବ ।

vlcsnap-2016-11-19-10h51m43s729ଅସ୍ତରଙ୍ଗରୁ ପ୍ରାଥମିକ ପର୍ଯ୍ୟାୟରେ ଖଙ୍ଗା ଯାଆଁଳ ଅଣାଯିବ । ମାଛଗୁଡିକୁ ନିୟମିତ ଖାଦ୍ୟ ପ୍ରଦାନ କରାଯିବ । ଏହି ଫାର୍ମ ପର୍ଯ୍ୟନ୍ତ ଯେଭଳି ଟ୍ରଲର ନଆସିବ, ସେଥିପ୍ରତି କୋଷ୍ଟଗାର୍ଡ ନଜର ରଖିବ । ଜୁନ ମାସ ପରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଜୁନ ମାସରେ ହିଁ ମାଛ ଧରାଯିବାର ଲକ୍ଷ୍ୟ ରହିଛି । ପ୍ରଥମ ପର୍ଯ୍ୟାୟରେ ୫ କ୍ୟୁଂଟାଲ ଖଙ୍ଗା ଅମଳ ହେବା ଲକ୍ଷ୍ୟ ରଖାଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –