ଲାଇଭ୍ ସୋ’ରେ ବହି ଖାଇଲେ ପ୍ରଫେସର୍ ! ଦେଇଥିବା ପ୍ରତିଶ୍ରୁତି କଲେ ରକ୍ଷା

15

ନିଜ କଥା ରଖିବାକୁ ଲୋକମାନଙ୍କୁ କ’ଣ କ’ଣ ବା ନ ରକିବାକୁ ପଡ଼ିଥାଏ । ବ୍ରିଟେନର କେଣ୍ଟ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଥ୍ୟୁ ଗୁଡୱିନଙ୍କୁ ତାଙ୍କ କଥା ରଖିବାକୁ ଲାଇଭ୍ ସୋ’ରେ ବହିର ଫର୍ଦ୍ଦ ଖାଇବାକୁ ପଡ଼ିଛି । ବ୍ରିଟେନର ସାଧାରଣ ନିର୍ବାଚନ ପୂର୍ବରୁ ମାଥ୍ୟୁ ଟ୍ୱିଟ୍ କରି ପ୍ରତିଶ୍ରୁତି ଦେଇଥିଲେ ଯେ , ଯଦି ଜେରେମି କୋର୍ବିନଙ୍କ ଲେବର ପାର୍ଟିକୁ ୩୮%ରୁ ଅଧିକ ଭୋଟ ମିଳିବ , ତାହେଲେ ସେ ନିଜ ବହି ଖାଇବେ । ସେ ଦାବି କରିଥିଲେ ଯେ, କୋର୍ବିନଙ୍କ ପାର୍ଟିକୁ ୫% ରୁ ବି କମ୍ ଭୋଟ୍ ମିଳିବ । ମାଥ୍ୟୁ ଚିନ୍ତା କରିପାରିନଥିଲେ ଯେ ଲେବର ପାର୍ଟିକୁ ୩୮%ନୁହେଁ , ୪୦% ଭୋଟ୍ ମିଳିବ ।

ନିର୍ବାଚନର ଫଳାଫଳ ଆସିବା ପରେ ବ୍ରିଟେନର ନ୍ୟୁଜ୍ ଚାନେଲ୍ ‘ସ୍କାଏ ନ୍ୟୁଜ୍’ , ପ୍ରଫେସରଙ୍କୁ ନିଜ ଚାନେଲକୁ ଡାକି ତାଙ୍କ ପ୍ରତିଶ୍ରୁତି ମନେପକାଇ ଦେଇଥିଲେ । ଏବେ ମାଥ୍ୟୁ ଚାହିଁଲେବି ପଛକୁ ହଟିପାରିବେନି । ସେ ବାଧ୍ୟ ହୋଇ ଜାତୀୟ ଟେଲିଭିଜନର ଲାଇଭ୍ ସୋ’ରେ ନିଜ ପୁସ୍ତକ ବ୍ରେଗଜିଟ୍ : ହ୍ୱାଇ ବ୍ରିଟେନ୍ ଭୋଟେଡ୍ ଟୁ ଲିଭ୍ ୟୁରୋପିଆନ୍ ୟୁନିୟନ’ର ପୃଷ୍ଠା ଫାଡି ଖାଇଥିଲେ । ସେ କହିଥିଲେ , ମୁଁ ଦେଇଥିବା ପ୍ରତିଶ୍ରୁତି ସର୍ବଦା ରକ୍ଷା କରିଥାଏ ।

ଦେଖନ୍ତୁ ଏହି ଭିଡିଓ –