ପୁରୁଣା ୫ଶହ ଟଙ୍କିଆ ନୋଟରୁ ବାହାରିବ ବିଜୁଳି ! ଓଡିଶା ଛାତ୍ରଙ୍କ ନୂଆ କୈାଶଳ

35

ଓଡିଶାର ଛାତ୍ର କରିଦେଖେଇଛନ୍ତି କମାଲ । ନିଜର ଅଧ୍ୟବସାୟରେ ସେ ବାହାର କରିପାରିଛନ୍ତି ଏକ ନୂଆ କୈାଶଳ । ଯାହା ଦ୍ୱାରା ପୁରୁଣା ୫ ଶହ ଟଙ୍କିଆ ନୋଟରୁ ବିଦ୍ୟୁତ ବାହାର କରିହେବ । ଏହାକୁ ନେଇ ଏବେ ଚର୍ଚ୍ଚା ।

ନୋଟ ବନ୍ଦି ପରେ ଏବେ ପୁରଣା ୫ ଶହ ଟଙ୍କିଆ ସ୍ଥାନ ନେଇସାରିଲାଣି ନୂଆ ନୋଟ୍ । ପୁରୁଣା ନୋଟକୁ ଅନ୍ୟ କେଉଁ ଉପାୟରେ ବ୍ୟବହାର ପାଇଁ ଯୋଜନା ଚାଲିଛି । ଏହାରି ଭିତରେ ଓଡିଶା ନୂଆପଡା ଜିଲ୍ଲାର ୧୭ ବର୍ଷୀୟ ଛାତ୍ର ଲଛମନ ଡୁଣ୍ଡି ପୁରୁଣା ୫ଶହ ଟଙ୍କିଆ ନୋଟରେ ବିଦ୍ୟୁତ ଉତ୍ପାଦନର ତରିକା ବାହାର କରିଛନ୍ତି ।

ସୂଚନା ଅନୁସାରେ, ଖରିଆର କଲେଜର ଛାତ୍ର ଲଛମନ କହିଛନ୍ତି ୫ଶହ ଟଙ୍କିଆ ପୁରୁଣା ନୋଟରେ ୫ ଭୋଲ୍ଟ ବିଜୁଳି ବାହାରିପାରିବ । ଏହାର ଟେକଟିକ୍ ଦର୍ଶାଇବାକୁ ଯାଇ ସେ କହିଛନ୍ତି- ଉର୍ଜା ବାହାର କରିବା ପାଇଁ ନୋଟ୍ ଉପରେ ଥିବା ସିଲିକନ୍ କୋଟିଂ କୁ ବ୍ୟବହାର କରି ସିଲିକନ କୋଟିଂ କୁ କାଢି ଖରାରେ ରଖାଯିବ । ଏହାପରେ ଏହି ପ୍ଲେଟକୁ ବିଜୁଳି ତାର ଜରିଆରେ ଟ୍ରାନ୍ସଫର୍ମରରେ ସଂଯୋଗ କରି ବିଜୁଳି ବାହାର କରାଯାଇପାରିବ । ୧୨ ଏପ୍ରିଲରେ ଲଛମନ ଏହି ପ୍ରୋଜେକ୍ଟ ବିଷୟରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିଲେ । ୧୭ ମେ’ ରେ ରାଜ୍ୟ ସରକାର ପ୍ରୋଜେକ୍ଟକୁ ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀକୁ ରିପୋର୍ଟ ଦେବେ ବୋଲି କହିଛନ୍ତି । ଲଛମନ ଏକ ଟ୍ରାନ୍ସଫର୍ମର ତିଆରି କରିଛନ୍ତି । ଏହା ସିଲିକନ ପ୍ଲେଟରୁ ତିଆରି ବିଜୁଳିକୁ ଷ୍ଟୋର କରିବ । ପ୍ରଧାନମନ୍ତ୍ରୀ ମୋଦି ନିଶ୍ଚୟ ଏହାକୁ ଗ୍ରହଣ କରିବେ ବୋଲି ଆଶା ରଖିଛନ୍ତି ଲଛମନ ।