ରାସ୍ତାରେ ଗଡିବ ଇଲେକ୍ଟ୍ରିକ୍ ବାଇକ ! ଆମେରିକାର ଏକ ଲୋକପ୍ରିୟ ବାଇକ କଂପାନୀ ଆରମ୍ଭ କରିଛି ପ୍ରସ୍ତୁତି

47

NBT-imageବିଜ୍ଞାନର ଅଗ୍ରଗତି ଫଳରେ ଦୁନିଆ ଏବେ ଦିନକୁ ଦିନ ଆଗେଇବାରେ ଲାଗିଛି । ଫଳରେ ବୈଜ୍ଞାନିକମାନେ ନାନା ପରୀକ୍ଷା ନିରୀକ୍ଷା କରୁଛନ୍ତି । ଦିନେ ଯାହା ମଣିଷକୁ ଅସମ୍ଭବ ମନେ ହେଉଥିଲା ତା ଏବେ ସତରେ ପରିଣତ ହେଉଛି । ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି । ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ନବଭାରତରେ ପ୍ରକାଶିତ ହୋଇଛି ଏ ଖବର । ଆମେରିକାର ଏକ ଲୋକପ୍ରିୟ ବାଇକ୍ କଂପାନୀ ତିଆରି କରିବାକୁ ଯାଉଛି ଇଲେକ୍ଟ୍ରିକ୍ ବାଇକ୍ସ । ଲୋକେ ଏଥର ବାଇକର ମଜା ଏକ ଭିନ୍ନ ଉପାୟରେ ନେବେ ।

ପ୍ରକାଶିତ ତଥ୍ୟ ଅନୁସାରେ, ଆମେରିକୀୟ କଂପାନୀ କନଫେଡେରେଟ୍ ମୋଟରସାଇକଲ ଏବେ ଇଲେକ୍ଟ୍ରିକ୍ ମୋଟରସାଇକଲ ତିଆରି କରିବ । ଇଲେକ୍ଟ୍ରିକ୍ ମୋଟରସାଇକଲ ପାଇଁ ଏହି କଂପାନୀ କର୍ଟିସ୍ ମୋଟରସାଇକଲ୍ସର ବ୍ୟାନରରେ ବାଇକ୍ ନିର୍ମାଣ କରିବ । ପ୍ରଡକ୍ସସନ ସହ ଜଡିତ ଅପରେସନ ଆରମ୍ଭ କରିବା ପାଇଁ କଂପାନୀ ଜିରୋ ମୋଟରସାଇକଲ୍ସ କଂପାନୀ ସହ ହାତ ମିଳାଇଛି । ଜିରୋ ମୋଟରସାଇକଲକୁ ୧୦୦ ପ୍ରତିଶତ ଇଲେକ୍ଟ୍ରିକ୍ ଷ୍ଟ୍ରିଟ୍ ଓ ଡର୍ଟ ବାଇକ୍ସ ତିଆରି କରିବାରେ ପ୍ରସିଦ୍ଧତା ହାସଲ କରିଛି ।

0ଆର୍ଟିଷ୍ଟିକ୍ ଓ ମହଙ୍ଗା ମୋଟରସାଇକଲ୍ସ ନିର୍ମାଣ ପାଇଁ ଲୋକପ୍ରିୟ କନଫେଡେରେଟ୍ ମୋଟରସାଇକଲକୁ କାମ୍ବେଟ ସିରିଜର ବାଇକ୍ସ ଛଡା ଏକ୍ସ୧୩୨ ହେଲକାଟ୍ ଓ ପି୫୧ ଫାଇଟର ପାଇଁ ଜଣାଶୁଣା । ଲୋକପ୍ରିୟ ଭାରତୀୟ କ୍ରିକେଟ ଖେଳାଳୀ ଓ ମୋଟରସାଇକଲ୍ସର ଦିୱାନା ମହେନ୍ଦ୍ର ସିଂହ ଧୋନୀଙ୍କ ପାଖରେ ମଧ୍ୟ ଲିମିଟେଡ୍ ଏଡିଶନ ବାଇକ,ହେଲକାଟ୍ ରହିଛି । ଆଜି ପର୍ଯ୍ୟନ୍ତ ଏହି କଂପାନୀ ଯେତେ ବି ମୋଟରସାଇକଲ୍ସ ଲଂଚ କରିଛି , ସବୁ ଗୁଡିକ ଲିମିଟେଡ୍ ଏଡିଶନର ଅଟେ । ଲଂଚ ସମୟରେ କଂପାନୀ ପ୍ରଡକ୍ସନ ଅର୍ଡରର ଆଧାରରେ ବିକ୍ରିର ସର୍ତ୍ତ ମଧ୍ୟ ରଖିଥାଏ । ଏବେ କଂପାନୀର କନଫେଡେରେଟ୍ ଏଫଏ-୧୩ କୋମ୍ବାର ବୋମ୍ବର ବିକ୍ରି ହେଉଛି ଏବଂ ଏହାର କେବଳ ୨୨ ମଡେଲ୍ସ ତିଆରି ହେବ । ଯାହା ଡେଲିଭର କରାଯାଉଛି ।

କର୍ଟିର୍ିସର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ଏକ ପାୱାରଫୁଲ୍ କ୍ରୁଜର ହେବ । ନାମ ଦିଆଯିବ ହର୍କ୍ୟୁଲେସ୍ । ଏହି ଅଭିନବ ବାଇକରେ ଦୁଇଟି ଇଲେକ୍ଟ୍ରିକ୍ ମୋଟର ଦିଆଯିବ । ଯାହା ଜିରୋ ମୋଟରସାଇକଲରୁ ନିଆଯିବ । ଏହି ମୋଟର ୧୭୫ ପିଏସ୍ର ପାୱାର ସହ ୩୯୩ ନ୍ୟୁଟନ ମିଟର ର ପିକ୍ ଟର୍କ ଜେନେରେଟ୍ କରିପାରିବ । ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକଲର ଦାମ୍ ବିଷୟରେ କଂପାନୀ ତରଫରୁ କୈାଣସି ସୂଚନା ବର୍ତ୍ତମାନ ପାଇଁ ଦିଆଯାଇନାହିଁ ।