ଏଲଆଇସି ପଲିସି ପାଇଁ ବାଧ୍ୟତାମୂଳକ ହେଲା ଆଧାର ! ଜାଣନ୍ତୁ ଘରେ ବସି ବି କିପରି ନିଜ ପଲିସିକୁ ଆଧାର ସହ କରିପାରିବେ ଲିଙ୍କ

45

ଆଧାର କାର୍ଡ ବର୍ତ୍ତମାନ ଉଭୟ ସରକାରୀ ଏବଂ ବେସରକାରୀ ସେବା ପାଇଁ ଏକପ୍ରକାରେ ଜରୁରୀ ହୋଇପଡିଛି ଆଉ ଏହାର ଶେଷ ତାରିଖ ମଧ୍ୟ ୩୧ ମାର୍ଚ୍ଚ , ୨୦୧୮ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ତେବେ ଏସବୁ ମଧ୍ୟରେ ଦେଶର ସବୁଠାରୁ ବଡ ବୀମା କଂପାନୀ ତଥା ଏଲଆଇସି ମଧ୍ୟ ନିଜ ସେବାରେ ଆଧାରକାର୍ଡକୁ ଜରୁରୀ କରିଦେଇଛି । ଯାହାଦ୍ୱାରା ଲୋକେ ଏଣିକି ଏଲଆଇସିର ନୂଆ ପଲିସି ନେବା ସମୟରେ କିମ୍ବା କୌଣସି ବୀମା ଟଙ୍କା ନେବା ପାଇଁ ହେଲେ ନିଜର ଆଧାର କାର୍ଡ ଦେବାକୁ ବାଧ୍ୟ ହେବେ ।

ଅର୍ଥାତ୍ ଏଣିକି ଏହାର ପୋଟାର୍ଲରେ ବିନା ଆଧାର ନମ୍ବର ଦେଇ ଆପଣ କୌଣସି ବି ନୂଆ ବୀମା କରିପାରିବେ ନାହିଁ କି ଦେଖି ପାରିବେ ନାହିଁ । ଏପରିକି ନିଜର ପୁରୁଣା ପଲିସିକୁ ଆକ୍ସେସ କରିବାକୁ ହେଲେ ବି ଆଧାର ନମ୍ବରର ଆବଶ୍ୟକତା ପଡିବ । ଯଦି ପଲିସି ଧାରକ ନିଜ ଆଧାର ନମ୍ବର ଅପଡେଟ କରିନଥିବେ ତେବେ ସେ ନିଜର ପଲିସିକୁ ଅନଲାଇନ ଚେକ୍ କରିପାରିବେ ନାହିଁ ଏହାବ୍ୟତୀତ ପେମେଂଟ ହିଷ୍ଟ୍ରିକୁ ବି ଆକ୍ସେସ କରିପାରିବେ ନାହିଁ । ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ଆପଣ ଆପଣଙ୍କର ପଲିସିକୁ ଆଧାର ସହ ଲିଙ୍କ କରିବେ । ତେବେ ଆସନ୍ତୁ ଜାଣିବା ।

ଘରେ ବସି ନିଜ ଏଲଆଇସି ପଲିସିକୁ ଆଧାର ସହ କରନ୍ତୁ ଲିଙ୍କ

ଆପଣ ଅନଲାଇନ ଟ୍ରାନଜାକସନ କରୁଥିବେ ନିଶ୍ଚୟ ତେବେ ଆପଣ ଘରେ ବସି ନିଜର ଇନୁସ୍ୟୁରାନ୍ସ ପଲିସିକୁ ଆଧାର ସହ ଲିଙ୍କ କରିପାରିବେ । ଏଥିପାଇଁ ଆପଣଙ୍କୁ ଦସ୍ତାବିଜ ଆଧାରରେ କୌଣସି ଫଟୋକପି ନେଇ ମଧ୍ୟ ଏଣେତେଣେ ଦୌଡିବାକୁ ପଡିବନି । କାରଣ ଏହି କାମ ଆପଣ ଆପଣଙ୍କ ଘରେ ବସି ହିଁ କରିପାରିବେ ।

• ଏଥିପାଇଁ ଆପଣଙ୍କୁ ସର୍ବ ପ୍ରଥମେ ବ୍ରାଉଜରରେ କଂପାନୀର ୱେବସାଇଟକୁ ଯିବାକୁ ହେବ ।

• ଏହାପରେ ଏହାକୁ ଲଗଇନ କରିବାକୁ ପଡିବ ।

• ଯଦି ଆପଣ ଅନଲାଇନ ରେଜିଷ୍ଟର କରିନଥିବେ ତେବେ ପ୍ରଥମେ ଅନଲାଇନ ରେଜିଷ୍ଟେସନ କରିବାକୁ ପଡିବ ।

• ଲଗଇନ କରିବା ପରେ ଆପଣଙ୍କୁ ଏଠାରେ ଥିବା ମାଇ ପଲିସକୁ ଯିବାକୁ ହେବ ।

• ଯାହାକୁ ଆପଣ ୟୁଜର ନେମ ଏବଂ ପାସୱାର୍ଡ ଦେଇ ଲଗଇନ କରିବାହକୁ ହେବ ।

• ୟୁଜର ନେମ ପାସୱାର୍ଡ ସହିତ ଲଗଇନ କରିବା ପରେ ଆପଣ ପ୍ରୋଫାଇଲ ସେଟିଂକୁ ଯାଇ  ଅପଡେଟ୍ ଆଧାର ନମ୍ବର ବଟନକୁ କ୍ଲିକ୍ କରିବାକୁ ହେବ ।

• ତେବେ ଅନେକ କଂପାନୀରେ ଏହି ବଟନଟିକୁ ଅଲଗା ଭାବେ ଦେଇଥାନ୍ତି । ଏହି ବଟନରେ କ୍ଲିକ୍ କରି ନିଜର ଆଧାର ନମ୍ବର ଅପଡେଟ କରିପାରିବେ ।

• ଏହାପରେ ଆପଣଙ୍କର ଆଧାର ନମ୍ବର ସହିତ ଲିଙ୍କ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି କୋଡ ଆସିବ । ଯାହାକୁ ଆପଣଙ୍କୁ ଏଠାରେ ଦେଇ ଭେରିଫାଏ ବଟନ ଉପରେ କ୍ଲିକ୍ କରିବାକୁ ହେବ ।

ଏଭଳି କରିବା ପରେ ଆପଣଙ୍କ ମୋବାଇଲକୁ ଆପଣଙ୍କର ପଲିସି ଆଧାର ନମ୍ବର ସହ ଲିଙ୍କ ହେବା ନେଇ ଏକ ମେସେଜ ଚାଲିଆସିବ । ମାତ୍ର ଏଥିପାଇଁ ଆପଣଙ୍କର ମୋବାଇଲ ନମ୍ବରଟି  ଉଭୟ ନମ୍ବର ଆଧାର ଏବଂ ଇନସ୍ୟୁରାନ୍ସ ପଲିସି ସହ ଲିଙ୍କ ହୋଇଥିବା ନିହାତି ଆବଶ୍ୟକ ।