ଆଉ ଶସ୍ତାରେ ମିଳିବନାହିଁ ଡାଟା । ସରିଲା ଶସ୍ତା ଯୁଗ, ବଢିବ ଡାଟା-କଲିଂ ପ୍ଲାନର ଦର

59

ଗତ ଦୁଇ ବର୍ଷ ହେଲା ଟେଲିକମ ଜଗତରେ ଏକ ପ୍ରକାରର ତାରିଫ୍ ୱାର ଲାଗି ରହିଥିଲା , ଯାହା ଏବେ ଶେଷ ହେବା ପରିସ୍ଥିତିରେ ପହଂଚିଛି । ଏହି ତାରିଫ ୱାର ଅବସରରେ ସମସ୍ତ ଟେଲିକମ କଂପାନୀଗୁଡିକ ଗୋଟିଏ ପରେ ଗୋଟିଏ ଅଫର୍ସଲଲଂଚ କରିଛନ୍ତି, ହେଲେ ଗତ କିଛି ମାସ ହେଲା ଏଥିପାଇଁ କଂପାନୀମାନଙ୍କୁ ବହୁତ କ୍ଷତି ସହିବାକୁ ପଡିଛି । ଯେଉଁଥିପାଇଁ କିଛି ଦିନ ହେଲା କୌଣସି କଂପାନୀ ସେଭଳି କୌଣସି ଶସ୍ତା ପ୍ଲାନ କିମ୍ବା ଅଫରମାନ ଲଂଚ କରିବା ବନ୍ଦ କରିଦେଇଛନ୍ତି । ଯାହାକି ସଂକେତ ଦେଉଛି କି, ଏଥିପାଇଁ ଡାଟା ପ୍ଲାନ ଏବଂ ତାରିଫ୍ ପ୍ଲାନର ଦାମ ବୃଦ୍ଧି ପାଇପାରେ ।

ଇକୋନମିକ୍ସ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ଏକ୍ସପର୍ଟସ ଏବଂ ଇଂଣ୍ଡଷ୍ଟ୍ରି ଏଗ୍ଜକ୍ୟୁଟିଭିଙ୍କ କହିବା କଥା ହେଲା କି, ଆଗାମୀ ଦୁଇ ମାସ ଭିତରେ ତାରିଫ ପ୍ଲାନର ଦାମ ବୃଦ୍ଧି ପାଇବ । ଏବଂ ଏଥିସହିତ ହିଁ ଗତ ଦୁଇ ବର୍ଷରୁ ଚାଲି ଆସୁଥିବା ତାରିଫ ୱାର ଶେଷ ହୋଇଯିବ । ଏକ୍ସପର୍ଟସଙ୍କ କହିବା କଥା ହେଲା, ଦାମ ବଢାଇବା ମାମଲାରେ ରିଲାଏନ୍ସ ଜିଓର ବଡ ଭୂମିକ ରହିବ । କାହିଁକି ନା ଜିଓ କାରଣରୁ ହିଁ ଏଭଳି ପରିସ୍ଥିତି ବର୍ତ୍ତମାନ ଉପୁଜିଛି । ରିଲାଏନ୍ସ ଜିଓ ସେପ୍ଟେମ୍ବର ୨୦୧୬ରୁ ହିଁ ଟେଲିକମ ବଜାରରେ ପାଦ ଥାପିବା ସହିତ ହିଁ ଜିଓ ଶସ୍ତା ଏବଂ ମାଗଣା ପ୍ଲାନ କାରଣରୁ ସବୁବେଳେ ହଇଚଇ ସୃଷ୍ଟି କରିଛି । ଜିଓର ତାରିଫ ପ୍ଲାନର ଦାମ କମ ହେବା କାରଣରୁ ଅନ୍ୟ କଂପାନୀମାନଙ୍କୁ ବି ନିଜ ଗ୍ରାହକକୁ ବାନ୍ଧି ରଖିବା ପାଇଁ ଜିଓ ଭଳି ବିଭିନ୍ନ ଶସ୍ତା ଏବଂ ଆକର୍ଷଣୀୟ ତାରିଫ୍ ପ୍ଲାନ ଲଂଚ କରିବାକୁ ପଡିଥିଲା । ଏପରିକି ଜିଓ ପାଇଁ ତ ଅନେକ କଂପାନୀ ବିଲୟ ହୋଇସାରିଛି ।

ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ବଜାରରେ ଜିଓ ବ୍ୟତୀତ ଏୟାରଟେଲ ଏବଂ ଭୋଡାଫୋନ ହିଁ ଦୁଇଟି ବଡ କଂପାନୀ ବଂଚିଛି । ଏଭଳି ପରିସ୍ଥିତିରେ ତାରିଫ ପ୍ଲାନର ଦାମ ବଢାଇବା ମାହୋଲ ସୃଷ୍ଟି ହେଉଛି । ଯଦିଓ ଏଯାବତ୍ ଜିଓ, ଭୋଡାଫୋନ ଆଇଡିଆ କିମ୍ବା ଜିଓ ଏପ୍ରସଙ୍ଗରେ କୌଣସି ବୟାନ ମିଳିପାରିିନାହିଁ ତଥାପି ଯଦି ପରିସ୍ଥିତିକୁ ନଜରରେ ରଖାଯାଏ ତେବେ ଟେଲିକମ କଂପାନୀଗୁଡିକ ନିଜ ମାସିକ ପ୍ଲାନର ଦାମକୁ ବଢାଇ ଦେଇପାରନ୍ତି ।