ଆପଣଙ୍କର ବ୍ୟାଙ୍କ ଖାତା ଆଧାର ଲିଙ୍କ ହୋଇଛି କି ନାହିଁ ଜାଣିବାକୁ ଚାହୁଁଛନ୍ତି କି ? ତେବେ ଫୋନ ଉଠାନ୍ତୁ ଆଉ ତୁରନ୍ତ ଡାଏଲ କରନ୍ତୁ ଏହି କୋଡ

76

କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଆକାଉଂଟକୁ ଆଧାର ନମ୍ବର ସହ ଲିଙ୍କ କରିବାର ସମୟସୀମାକୁ ବର୍ତ୍ତମାନ ୩୧ ମାର୍ଚ୍ଚ ୨୦୧୮କୁ ପର୍ଯ୍ୟନ୍ତକୁ ବଢାଇ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ଏହି ସମୟସୀମା ମଧ୍ୟରେ ନିଜର ବ୍ୟାଙ୍କ ଖାତାକୁ ଆଧାର ସହ ଲିଙ୍କ ନ କରନ୍ତି ତେବେ ତାଙ୍କର ଆକାଉଂଟକୁ ରଦ୍ଦ କରିଦିଆଯିବ । ହେଲେ ଏଠାରେ ବଡ ପ୍ରଶ୍ନ ଉଠୁଛି କି, ଆଧାର ଲିଙ୍କ କରିବା ପରେ ଖାତାଟି ଆଧାର ସହ ଲିଙ୍କ ହୋଇଛି କି ନାହିଁ  ଆମେ ଜାଣିବା କିପରି ? ତେବେ ଏହି ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବୁ । ମାତ୍ର ଏଥିପାଇଁ ଆପଣଙ୍କୁ ଏକ କୋଡ ମନେ ରଖିବାକୁ ହେବ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।

କିପରି ଜାଣିବେ ଆପଣଙ୍କର ଖାତା ଆଧାର ସହ ଲିଙ୍କ ହୋଇଛି କି ନାହିଁ 

• ସର୍ବ ପ୍ରଥମେ ନିଜର ମୋବାଇଲ ଫୋନରୁ *99*99#  ଡାଏଲ କରନ୍ତୁ ।

• ଏବେ ଆପଣଙ୍କୁ ଏଠାରେ ୨ଟି ଅପସନ ନଜର ଆସିବ । ଯେଉଁଠିରେ ଗୋଟିଏ ହେଲା, ଆଧାର ଲିଙ୍କିଂ ଷ୍ଟେପ ଏବଂ ଅନ୍ୟଟି ହେଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା  ଆକାଉଂଟ ଓଭରଡ୍ରାଫ୍ଡ ଷ୍ଟେପ ।

• ଏହାପରେ ଆପଣଙ୍କୁ ୧ ନମ୍ବର ଉପରେ କ୍ଲିକ କରି ତାକୁ ଏହି ନମ୍ବରରେ ପଠାଇବାକୁ ପଡିବ ।

• ଏହାପରେ ପୁଣି ଥରେ ଆପଣ ଏଠାରେ ୧୨ ଅଙ୍କ ନମ୍ବର ବିଶିଷ୍ଟ ସଂଖ୍ୟା ତଥା ନିଜର ଆଧାର ନମ୍ବରକୁ ଦାଖଲ କରିବାକୁ କୁହାଯିବ । ଯାହାକୁ ଆପଣଙ୍କୁ ମାନିବାକୁ ହେବ । ଆଧାର ନମ୍ବର ଦେବା ପରେ ନଜର ଆସୁଥିବା ଓକେ ଅପସନକୁ କ୍ଲିକ୍ କରିବାକୁ ହେବ ।

• ଏହାପରେ ଆପଣଙ୍କ ନିକଟକୁ ଏକ ମେସେଜ ଚାଲି ଆସିବ । ଯେଉଁଥିରୁ ଆପଣ ଜାଣିପାରିବେ କି ଆପଣଙ୍କ ବ୍ୟାଙ୍କ ଆକାଉଂଟ ଆଧାର ସହ ଲିଙ୍କ ହୋଇଛି କି ନାହିଁ ଏବଂ ଯଦି ହୋଇଛି ତ କେବେ ହୋଇଛି ।