ପ୍ରେମ,ପ୍ରତାରଣା ଏବଂ ପ୍ରତିଶୋଧ ! ଜଣେ ପ୍ରେମିକାର ନାରକୀୟ କାଣ୍ଡ
ମଧ୍ୟପ୍ରଦେଶର ଏକ ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ଯାହା ସଂପର୍କରେ ଆପଣ ଶୁଣିଲେ ଚକିତ ହୋଇଯିବେ । ଜଣେ ପ୍ରେମିକର ପ୍ରତାରଣାର ପ୍ରତିଶୋଧ ନେବା ପାଇଁ ପ୍ରେମିକା ସାଜିଛି ରକ୍ତମୂଖା । ଆଉ ଭିଆଇଛି ଦେଇଛି ଏକ ନାରକୀୟ କାଣ୍ଡ । ଅର୍ଥାତ୍ ପ୍ରେମିକା ଜଣକ ଏକ ଆରୁଆ ଅସ୍ତ୍ରରେ ପ୍ରେମିକର ଗୁପ୍ତାଙ୍ଗକୁ କାଟି ପକାଇଥିଲା । ବର୍ତ୍ତମାନ ଯୁବକଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଆଉ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ,ସିଦ୍ଧି ଜିଲ୍ଲାର ସଦରଥାନା ଅଂଚଳରେ ରହୁଥିବା ଆରୋପି ଯୁବତୀର ଜଣେ ସେହି ଅଂଚଳରେ ବାସକରୁଥିବା ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ଗଢିଉଠିଥିଲା । ମାତ୍ର କିଛି ଦିନ ପରେ ଉକ୍ତ ଯୁବକ ଜଣକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ମନ ବଳାଇଥିଲେ । ଏକଥା ଯେତେବେଳେ ପ୍ରେମିକା ଜାଣିବାକୁ ପାଇଲେ ଦୁଇ ଜଣଙ୍କ ମଧ୍ୟରେ ସୃଷ୍ଟି ହୋଇ ଯାଇଥିଲା ମହାଭାରତ । ଏନେଇ ପ୍ରେମିକା ଜଣଣ ପ୍ରେମିକଙ୍କୁ ବହୁ ବୁଝାସୁଝା ମଧ୍ୟ କରିଥିଲେ ମାତ୍ର କୌଣସି ଲାଭ ମିଳି ନଥିଲା । ତାପରେ ପ୍ରେମିକା ଜଣକ କ୍ରୋଧର ନିଆଁରେ ଜଳିବାକୁ ଲାଗିଥିଲେ । ପ୍ରତାରଣାର ପ୍ରତିଶୋଧ ନେବା ପାଇଁ ଖୋଜୁଥିଲେ ମଉକା । ଆଉ ଦିନେ ଘରେ କେହି ନଥିବାର ବାହାନା ଦେଖାଇ ସେ ଉକ୍ତ ଯୁବକଙ୍କୁ ନିଜ ଘରକୁ ତାଙ୍କୁ ଡାକିଥିଲେ । ପ୍ରେମକଙ୍କ ସହ ଅନ୍ଧପୁଟୁଳି ଖେଳ ଖେଳିବାର ବାହାନ କରି ତାଙ୍କ ଆଖିରେ କପଡା ବାନ୍ଧି ଦେଇଥିଲେ । ତା’ପରେ ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ପ୍ରେମିକଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ ।
ତେବେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରେମିକଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ସେ ଆରୋପି ମହିଳା ବିରୋଧରେ ମାମଲା ଦାୟର କରି ତାକୁ ଥାନାରେ ଅଟକ ରଖି ଜେରା କରାଯାଇଛି । ଯୁବକ ଜଣକ ଯେତେବେଳେ ତାକୁ ବିବାହ କରିବାକୁ ମନା କରିଦେଇଥିଲା ସେଥିପାଇଁ ଯବକକୁ ଉପଯୁକ୍ତ ଶାସ୍ତି ଦେବାପାଇଁ ସେ ଏପରି କାଣ୍ଡ ଘଟାଇବାକୁ ବାଧ୍ୟ ହୋଇଥିଲା ଆଉ ଏଭଳି କାର୍ଯ୍ୟ ପାଇଁ କୌଣସି ପଶ୍ଚ୍ୟତାପ ନାହିଁ ବୋଲି ଯୁବତୀ ଜଣକ ପୋଲିସକୁ କହିଛି ।