ବଜାରକୁ ଆସିବାକୁ ଥିବା ନୁଆ ୨୦୦ ଟଙ୍କିଆ ନୋଟ୍ ସଂପର୍କରେ କିଛି ରୋଚକ ତଥ୍ୟ ।

59

ଆର୍ଥିକ ସୁଧାର ତଥା କଳାଧନର ମୂଳୋତ୍ପାଟନ ନିମନ୍ତେ ଗତବର୍ଷ ନଭମ୍ବେର ମାସରେ ବିମୁଦ୍ରାକରଣ ଭଳି ବଡ ପଦକ୍ଷେପ ପରେ ଦେଶରେ ଅର୍ଥ କାରବାରରେ ପରିବର୍ତ୍ତନ ଦେଖାଦେଇଛି । ବିଶେଷ କରି ବଜାରରେ ନୋଟର ମାତ୍ରା କମ୍ ଥିବାରୁ ଲୋକଙ୍କ ଉପରେ ଏହାର ଚାପ ଅଧିକ ରହିଛି । ଏହି ପରିପେକ୍ଷୀ ଚଳିତ ବର୍ଷ ଶେଷ ସୁଦ୍ଧା ବଜାରକୁ ଆସିବ ନୁଆ ୨୦୦ ଟଙ୍କିଆ ନୋଟ୍, ଯାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଜାଣନ୍ତୁ ବଜାରକୁ ଆସିବାକୁ ଥିବା ନୁଆ ୨୦୦ ଟଙ୍କିଆ ନୋଟ୍ ସଂପର୍କରେ କିଛି ଖାସ୍ କଥା ।

କଣ ପାଇଁ ୨୦୦ ଟଙ୍କା

ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଓ ବିମୁଦ୍ରାକରଣ କାରଣରୁ ବ୍ୟାଙ୍କମାନଙ୍କରେ ମୁଦ୍ରାର ପରିମାଣ ଅହେତୁକ ଭାବେ ବୃଦ୍ଧି ପାଇଛି । ବଜାରରେ ଛୋଟ ମୁଦ୍ରା ଅଧିକ ପରିମାଣରରେ ଥିବା ବେଳେ, ୫୦୦ ଟଙ୍କା ପରେ ସିଧାସଳଖ ୨୦୦୦ ଟଙ୍କା ବାଜରରେ ଅନେକ ଅସଙ୍ଗତି ଆଣିଛି । ଯାହାର ପ୍ରଭାବ ମଧ୍ୟ ଲୋକଙ୍କ ଉପରେ ପଡୁଛି, ଖାସ କରି ଖୁଚୁରା ବଜାର କ୍ଷେତ୍ରରେ ।

ବ୍ୟାଙ୍କରେ ଅତ୍ୟଧିକ କ୍ୟାସ

ଏଟିଏମରେ ମୋଟ ୧୦,୦୦୦ ନୋଟ୍ ରହୁଥିବାବେଳେ କେବଳ ୧୦୦ ଟଙ୍କିଆ ନୋଟ୍ ରହିଲେ, ଏହାକୁ ବହନ ଓ ରକ୍ଷଣ ପାଇଁ ଅଧିକ ଖର୍ଚ୍ଚ ଆବଶ୍ୟକ । ଏଥିରୁ ଆମେ ଜାଣି ପାରିବା ଯେ, କେବଳ ଏଟିଏମ ଗୁଡିକରେ ହିଁ ୨୫,୦୦୦ କୋଟି ଟଙ୍କା ପଡିରହିଛି ।

ସନ୍ତୁଳନ ରକ୍ଷା କରିବା

ଛୋଟ ମୁଦ୍ରାର ଅଧିକ ବ୍ୟବହାର ଓ କମ୍ ଯୋଗାଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସହ ସାଧାରଣ ଖାଉଟିର କଲ୍ୟାଣ ପାଇଁ ୨୦୦ ଟଙ୍କିଆ ନୋଟର ପ୍ରଚଳନ ଅତ୍ୟନ୍ତ ଆବଶ୍ୟକ । କାରଣ, ବଜାରରେ ୨୦୦୦ ଟଙ୍କା ଭଳି ବଡ ମୁଦ୍ରାର ବ୍ୟବହାର କଷ୍ଟଦାୟକ ଅଟେ ।

ସୁରକ୍ଷା ଓ ଉଠାଣ

ସୂଚନା ମୁତାବକ, ଏହି ନୂତନ ୨୦୦ ଟଙ୍କାରେ ଅତ୍ୟାଧୂନିକ ସୁରକ୍ଷା ବ୍ୟବସ୍ଥାର ବ୍ୟବହାର କରାଯାଇଛି । ଯାହାଦ୍ୱାରା ଏହାକୁ ନକଲ କରିବାରେ ମୁସ୍କିଲ ହେବ । ଏହା ଭାରତରେ ପ୍ରଥମ କରି ପ୍ରଚଳନ କରାଯିବ , ତେଣୁ ନୋଟକୁ ନେଇ ଉକ୍ରଣ୍ଠା ପ୍ରକାଶ ପାଇବାରେ ଲାଗିଛି ।

୧ଟଙ୍କିଆ ନୋଟର ପ୍ରଚଳନ

ଦ୍ୱିତୀୟରେ ଏହି ନୋଟ ଗୁଡିକ ପ୍ରାଥମିକ ସ୍ତରରେ କେବଳ ବ୍ୟାଙ୍କ ମାଧ୍ୟମରେ ଉଠାଣ କରାଯିବ । ତା ସହିତ ନୂତନ କରି ୧ ଟଙ୍କିଆ ନୋଟକୁ ମଧ୍ୟ ଆରବିଆଇ ପ୍ରଚଳନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଯାହାକି ୧ ଟଙ୍କିଆ କଏନର ଅନୈତିକ କାରବାରକୁ ରୋକିବାରେ ସହାୟତା କରିବ ।