ନବୀନଙ୍କ ନିର୍ବାଚନ ପାଣ୍ଠି ଅନିୟମିତତା ପ୍ରସଙ୍ଗ ! ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହେଲା ବିଜେପି ପ୍ରତିନିଧି ଦଳ

21

କନକ ବ୍ୟୁରୋ: ନବୀନ ହାୱାଲା ଘୋଟାଲା ମାମଲାରେ ନିର୍ବାଚନ କମିଶନରଙ୍କ ଦ୍ୱାରସ୍ଥ ହେଲା ବିଜେପି । ନବୀନଙ୍କ ନିର୍ବାଚନ ପାଣ୍ଠି ଅନିୟମିତତା ପ୍ରସଙ୍ଗ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ପାଖରେ ଦଳ ଫେରାଦ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଧାନସଭା ସଭ୍ୟପଦ ରଦ୍ଦ ଓ ୩ ବର୍ଷ ପାଇଁ ନିର୍ବାଚନ ଲଢିବାରେ କଟକଣା ଲାଗୁ ପାଇଁ ଦାବି କରିଛି ବିଜେପି ।

ପିପୁଲ୍ସ ରିପ୍ରେଜେଂଟେସନ୍ ଆକ୍ଟ ଆଧାରରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ଦଳ ଦାବି କରିଛି । ନବୀନଙ୍କ ବିରୋଧରେ ନିର୍ବାଚନ ଲଢିଥିବା ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ରଙ୍କ ସହ ୮ ଜଣିଆ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।