ଓୟୁଏଟି ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସାଂଘାତିକ ମୋଡ! ଧକ୍କା କରିଥିବା ଗାଡି ଚଢୁଛନ୍ତି ପୂର୍ବତନ ବାଚସ୍ପତି କିଶୋର ମହାନ୍ତି

48

କନକ ବ୍ୟୁରୋ : ଓୟୁଏଟି ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆସିଛି ସାଂଘାତିକ ମୋଡ । ଦୁର୍ଘଟଣା କରିଥିବା ସିଦ୍ଧାର୍ଥ କନଷ୍ଟ୍ରକ୍ସନର ଏହି ଗାଡି ଚଢୁଛନ୍ତି ପୂର୍ବତନ ବାଚସ୍ପତି ତଥା ବିଜେଡି ନେତା କିଶୋର ମହାନ୍ତି । ଏହା ସହ କିଶୋର ମହାନ୍ତିଙ୍କ ପରିବାର ଏହି ଗାଡିକୁ ଦୀର୍ଘ ୮ ବର୍ଷ ହେବ ବ୍ୟବହାର କରୁଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣା ପରେ ଡ୍ରାଇଭର୍ ଫେରାର୍ ଅଛି ।

ରବିବାର ରାତି ପ୍ରାୟ ସାଢେ ୧୦ ଟା ବେଳେ ଏକ ସଫାରୀ ଗାଡି ଓୟୁଏଟି ଛାତ୍ରୀ ସୁଚିସ୍ମିତ ବିଶ୍ୱାଳଙ୍କ ଉପରକୁ ମାଡିଯାଇଥିଲା । ଏହି ଘଟଣାରେ ସୁଚିସ୍ମିତାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ପ୍ରଜ୍ଞା ତିୱାରୀ ଜୀବନ ସହ ସଂଘର୍ଷ କରୁଛନ୍ତି । ପାରିପାର୍ଶ୍ୱିକ ସୂଚନ ଅନୁସାରେ ସଫାରୀରେ ବସିଥିବା ଯୁବକମାନେ ମଦ ପିଇଥିଲେ ଏବଂ ମଦ ନିଶାରେ ସେମାନେ ଏହି ଦୁର୍ଘଟଣା ଘଟାଇଥିବା କୁହାଯାଉଛି । ଘଟଣାକୁ ନେଇ ଓୟୁଏଟି ପରିସରରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବା ସହ ମୃତ ଛାତ୍ରୀ ସୁଚିସ୍ମିତା ବିଶ୍ୱାଳଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି ।

ସେପଟେ କମିଶନରେଟ ପୁଲିସ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଘରେ ପଂହଚି ଛାନଭିନ କରିଛି । ଗାଡି କିଏ ଚଳାଉଥିଲା ସେନେଇ ଅନୁସନ୍ଧାନ କରୁଛି ପୁଲିସ । ତେବେ ଏହି ଘଟଣାରେ ଏଯାଏଁ କାହାରିକୁ ଗିରଫ କରାଯାଇନାହିଁ ।