ଗଣେଶ ଭସାଣକୁ ନେଇ ସୋରରେ ଗୋଷ୍ଠୀ ସଂଘର୍ଷ ଘଟଣା : ଏବେ ବି ୧୪୪ ଧାରା ବଳବତର

19

ବାଲେଶ୍ୱର : ବାଲେଶ୍ୱର ସୋରରେ ଗଣେଶ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଏବେ ବି ସହରରେ ୧୪୪ ଧାରା ବଳବତର ରହିଛି । ଶୁକ୍ରବାର ରାତିରେ ଗଣେଶ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷରୁ ବୋତଲ ଓ ପଥର ମାଡ କରାଯାଇଥିଲା । ସୋର ଉତରେଶ୍ୱର ଛକରେ କିଛି ଗାଡି ଭଙ୍ଗାରୁଜା କରିବା ସହ ୨ଟି ଦୋକାନ ନିଆଁ ଲଗାଇଦେଇଥିଲେ ଉତ୍ୟକ୍ତ ଲୋକେ । ଏଥିରେ ଜଣେ କନେଷ୍ଟବଳଙ୍କ ସମେତ ୫ ଜଣ ଆହତ ହୋଇଥିଲେ ।