ଲଦାଖରେ ତିଆରି ହେବ ବିଶ୍ୱର ସର୍ବବୃହତ୍ତ ସୋଲାର ପ୍ଲାଣ୍ଟ୍ ! ୨୦୨୩ ସୁଦ୍ଧା ଶେଷ ହେବ ପ୍ରକଳ୍ପ କାର୍ଯ୍ୟ, ଖର୍ଚ୍ଚ ହେବ ୪୫ ହାଜର କୋଟି

78

କନକ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବରଫ ପାହାଡ଼ ଯୋଗୁଁ ଲଦାଖ ବେଶ୍ ସୁପରିଚିତ । ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶବିଦେଶ ଲୋକ ଏଠାକୁ ଛୁଟିଆସନ୍ତି । ଲଦାଖ ସବୁବେଳେ ପର୍ଯ୍ୟଟକଙ୍କ ଭିଡ଼ । ଏହାର ମନୋରମ ପରିବେଶ ପର୍ଯ୍ୟଟକଙ୍କ ମନକୁ ଆହୁରି ଆମୋଦିତ କରେ । ତେବେ ସୁନ୍ଦର ପରିବେଶ ବ୍ୟତୀତ ଲଦାଖରେ ଖୁବ ଶୀଘ୍ର ତିଆରି ହେବାକୁ ଯାଉଛି ବିଶ୍ୱର ସର୍ବବୃତ୍ତ ସୋଲାର ପ୍ଲାଂଟ । ଦକ୍ଷଣ କାରଗିଲ ଠାରୁ ୨୦୦ କିମି ଦୂରରେ ତିଆରି ହେଉଥିବର ଏହି ପ୍ଲାଂଟ ବଜୁଳି ଶକ୍ତି ଉତ୍ପାଦନ କରି ବିଭିନ୍ନ ସ୍ଥାନକୁ ଆଲୋକିତ କରିବ । ୪୫ ହଜାର କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ୨୦୨୩ ସୁଦ୍ଧା ଶେଷ ହେବ।

ସୋଲାର ପ୍ଲାଣ୍ଟ୍ ତିଆରି ପରେ ସମତଳ ଅଞ୍ଚଳ ଆଲୋକିତ ହେବା ସହ ଡିଜେଲ୍ ଜେନେରେଟର୍ ଯୋଗୁଁ ବାର୍ଷିକ ନିର୍ଗତ ହେଉଥିବା ୨, ୭୫୦ ଟନ୍ କାର୍ବନ୍ ବଞ୍ଚାଇ ହିମଖଣ୍ଡଗୁଡ଼ିକୁ ଥଣ୍ଡା ରଖିବ । ଏହାଛଡ଼ା ପ୍ରତିବର୍ଷ ୬ ରୁ ୮ ମାସ ଯାଏଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହୁଥିବା ସ୍ଥାନୀୟ ଅଧିବାସୀଙ୍କ ଲାଗି ଏହି ପ୍ରକଳ୍ପ ଜୀବିକା ଉପାର୍ଜନର ମାଧ୍ୟମ ସାଜିବ । ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଅଧୀନସ୍ଥ ସୋଲାର୍ ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏସ୍ଇସିଆଇ) ଜମ୍ମୁ ଓ କଶ୍ମୀରରେ ଏହି ପ୍ରକଳ୍ପଗୁଡ଼ିକର ବିକାଶ କରୁଛି । ଲଦାଖ ୟୁନିଟରୁ ୫୦୦୦ ମେଗାଓ୍ଵାଟ ଏବଂ କାର୍ଗିଲ୍ ୟୁନିଟରେ ୨, ୫୦୦ ମେଗାଓ୍ଵାଟ୍ ବିଜୁଳି ଶକ୍ତି ଉତ୍ପାଦନ ହୋଇ ପାରିବ ।

https://www.financialexpress.com/

 

ଲଦାଖ ପ୍ରକଳ୍ପ ଅନ୍ତର୍ଗତ ହାନଲେ-ଖାଲଦୋ ଠାରେ ଏବଂ କାର୍ଗିଲ୍ ପ୍ରକଳ୍ପ ଜନସ୍କର ଅଞ୍ଚଳର ତ୍ହେବ ଏହି ପ୍ରକଳ୍ପ । ଲଦାଖ ପ୍ରକଳ୍ପର ବିଜୁଳି ଶକ୍ତି ଲେହ୍-ମାନାଲି ରାସ୍ତା ଦେଇ ହରିୟାଣାର କୈଥଲ୍ ଯାଏଁ ଯିବ ଏବଂ କାର୍ଗିଲ୍ ପ୍ରକଳ୍ପର ଶକ୍ତି ଶ୍ରୀନଗର ଅନ୍ତର୍ଗତ ନିୟୁ ଓ୍ଵାନ ପୋହ ଗ୍ରିଡ ପର୍ଯ୍ୟନ୍ତ ଯିବ । ଲେହ ଓ କାର୍ଗିଲ୍ ଠାରେ ପ୍ରକଳ୍ପ ନିମନ୍ତେ ଯଥାକ୍ରମେ ୨୫୦୦୦ ଏବଂ ୧୨, ୫୦୦ ଏକର ଜମି ହେକ୍ଟର୍ ପିଛା ୧୨୦୦ ଟଙ୍କା ଭଡ଼ା ମୂଲ୍ୟରେ ଯୋଗାଇ ଦିଆଯାଇଛି ।