ଉତରପ୍ରଦେଶ ନିର୍ବାଚନରେ ସରଗରମ ରାଜନୀତି: ଭର୍ଚୁଆଲ ରାଲିରେ ବିଜେପି ଉପରେ ବର୍ଷିଲେ ସୋନିଆ ଗାନ୍ଧୀ

124

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଭର୍ଚୁଆଲରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତିବ୍ର ସମାଲୋଚନା କରିଛନ୍ତି । କରୋନା ସମୟରେ ଅର୍ଥବ୍ୟବସ୍ଥା ଭୁଷୁଡ଼ିପଡ଼ିଥିବା ବେଳେ ଅନେକ ବ୍ୟବସାୟ ମଧ୍ୟ ବନ୍ଦ ହୋଇପଡ଼ିଥିଲା । ଲୋକେ ଶହ ଶହ କିଲୋମିଟର ରାସ୍ତା ଖାଲି ପାଦରେ ଚାଲି ଚାଲି ଆସିଥିଲେ । କିନ୍ତୁ ଲୋକଙ୍କ ପାଇଁ ମୋଦୀ ଓ ଯୋଗୀ ସରକାର ଦାୟିତ୍ୱହୀନ କାର୍ଯ୍ୟ କରିଥିବା କହି ଟାର୍ଗେଟ କରିଛନ୍ତି ସୋନିଆ କରୋନା ସମୟରେ ଲୋକଙ୍କ ପାଇଁ କୌଣସି ସୁବିଧା ଉପଲବ୍ଧ କରିନଥିବା ସୋନିଆ ଟାର୍ଗେଟ କରି କହିଛନ୍ତି । ସୁଚନା ଅନୁସାରେ ଉତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେଉଛି । ଏବେ ୩ଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଭୋଟ୍ ହାତେଇବା ପାଇଁ ସବୁଦଳ ପକ୍ଷରୁ ଜୋରଦାର ଲଢେଇ ଆରମ୍ଭ କରିଛନ୍ତି ।

ସେପଟେ ଫେବୃଆରୀ ୨୭ରେ ମଣିପୁରରେ ପଡିବ ବିଧାନସଭା ନିର୍ବାଚନ ପାଇଁ ଭୋଟ । ସୋମବାର ଇମ୍ପାଲ ରାଲିକୁ ସମ୍ବେ।।ଧିତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭାଷଣରେ ବିଜେପି ଓ ଆରଏସଏସ କୁ ସିଧାସଳଖ ଟାର୍ଗେଟ କରିଛନ୍ତି ରାହୁଲ । ବିଜେପିର ବିଚାରଧାରା ରାଜ୍ୟମାନଙ୍କ ବିକାଶ ନୁହେଁ ବଂର ବର୍ବାଦ କରୁଛି । ନିର୍ବାଚନ ସମୟରେ ବିଜେପି ଭୋଟରଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରୁଛି । ମୋଦି ସରକାର କେବଳ ନିଜର ପୁଂଜିପତୀ ସାଥୀଙ୍କ ପାଇଁ ଚାଷୀ,ମଧ୍ୟବିତ, ବ୍ୟବସାୟଙ୍କୁ ଶୋଷଣ କରୁଥିବା ରାହୁଲ ଆଜିର ରାଲିରେ କହିଛନ୍ତି । ସେପଟେ ଉତରପ୍ରଦେଶରେ ମଧ୍ୟ ପ୍ରଚାର ଜାରି ରଖିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ମୋଦି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିଛନ୍ତି ପ୍ରିୟଙ୍କା