ନୂଆମୋଡରେ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲା। ମୃତ୍ୟୁ ପଛରେ ଷଡଯନ୍ତ୍ର ସନ୍ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିଜନ।

100

କନକ ବ୍ୟୁରୋ: ଘନଉଛି ଟିକ୍ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲା । ଦିନ ଯେତିକି ଗଡୁଛି ସେତିକି ରହସ୍ୟଘେର ଭିତରକୁ ଠେଲି ହୋଇଯାଉଛି ମୃତ୍ୟୁ ମାମଲା । ସୋନାଲିଙ୍କ ମୃତ୍ୟୁ ଏକ ସ୍ୱ।।ସ୍ଥ୍ୟଗତ ସମସ୍ୟା ଅର୍ଥାତ ହୃଦଘାତ ଯୋଗୁଁ ହୋଇଥିବା କୁହାଯାଉଛି । ପ୍ରତ୍ୟେକ ଦିନ ଏହାକୁ ନେଇ କିଛି ନା କିଛି ନୂଆ କଥା ସାମ୍ନାକୁ ଆସୁଛି । ଏହା ଭିତରେ ସୋନାଲିଙ୍କ ଭାଇ ରିଙ୍କୁ ଢାକା ସାଙ୍ଘାତିକ ଅଭିଯୋଗ କରିଛନ୍ତି । ସୋନାଲିଙ୍କ ମୃତ୍ୟୁ ପାଇଁ ତାଙ୍କ ସହଯୋଗୀ ସୁଧୀର ସାଙ୍ଗାବାନ ଓ ସୁଖବିନ୍ଦରଙ୍କୁ ଦାୟୀ କରିଛନ୍ତି ଭାଇ ।

ସୋନାଲିଙ୍କ ଭାଇ ରିଙ୍କୁ ଆଉ ଏକ ବଡ଼ ଅଭିଯୋଗ ଆଣି କହିଛନ୍ତି ଯେ, ସୋନାଲିଙ୍କ ଖାଦ୍ୟରେ ବିଷ ମିଶାଇ ଦିଆଯାଇଥିଲା । ଯାହା ପରେ ସେ ଅସ୍ଥିର ଅନୁଭବ କରୁଥିବା କହିଥିଲେ । ଏଥିରେ ସୋନାଲିଙ୍କ ଦୁଇ ଜଣ ସହଯୋଗୀଙ୍କ ସମ୍ପୃକ୍ତି ଥିବା ରିଙ୍କୁ କହିଛନ୍ତି । ଏନେଇ ସେ ଗୋଆ ପୋଲିସ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସନ୍ଦେହକୁ ଅଧିକ ଘନଉଛି କାରଣ ହରିୟାଣା ହିସାର ଫାର୍ମହାଉସରୁ ସୋନାଲିଙ୍କ ସାମଗ୍ରୀ ଯେମିତିକି ଲ୍ୟାପଟପ, କ୍ୟାମେରା ଓ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ନିଖୋଜ ହୋଇଛି ।

ଏହି ସମସ୍ତ ଘଟଣା ଭିତରେ ସୋନାଲିଙ୍କ ପରିବାର ଆଉ ଏକ ସଙ୍ଗୀନ ଅଭିଯୋଗ ଦୁଇ ସହଯୋଗୀଙ୍କ ଉପରେ ଆଣିଛନ୍ତି । ସୁଖବିନ୍ଦର ୩ବର୍ଷ ପୂର୍ବରୁ ସୋନାଲିଙ୍କ ଖାଦ୍ୟରେ ନିଶା ପଦାର୍ଥ ଦେଇ ଦୁର୍ଷ୍କମ କରିଥିଲା ଓ ଭିଡିଓ ତିଆରି କରି ଉଭୟ ସୁଧୀର ଓ ସୁଖବିନ୍ଦର ବ୍ଲାକମେଲ କରୁଥିଲେ । ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିବା ପରିବାର ଲୋକମାନେ ଅଭିଯୋଗ କରିଛନ୍ତି ।

ସୋନାଲିଙ୍କ ପରିବାରର ଅଭିଯୋଗ:
• ଗୋଆରେ ସୋନାଲିଙ୍କ କୌଣସି ସୁଟିଂ କାର୍ଯ୍ୟକ୍ରମ ନଥିଲା
• ହଠାତ ଗୁରୁଗ୍ରାମରୁ ସେ ଗୋଆ ଯାଇଥିଲେ
• କ୍ଷୀରି ଖାଇବା ପରେ ବିଗିଡିି ଯାଇଥିଲା ସୋନାଲିଙ୍କ ସ୍ୱାସ୍ଥ୍ୟାବସ୍ଥା
• ସୋନାଲିଙ୍କ ପର୍ସନାଲ ସେକ୍ରେଟାରୀ ସୁଧୀର ଏହି କ୍ଷୀରି ତିଆରି କରିଥିଲେ
• ସ୍ୱାସ୍ଥ୍ୟ ଅଧିକ ବିଗୁଡୁଥିବା ଫୋନରେ କହିଥିଲେ ସୋନାଲି
• ଡାକ୍ତରଙ୍କ ପାଖକୁ ଯିବାକୁ ସେ ମନା କରିଥିଲେ
• ଗୋଆରୁ ହ୍ୱାଟସଅପ୍ କଲରେ ପରିବାର ସହ କଥା ହୋଇଥିଲେ
• କିଛି ସମସ୍ୟା ଥିବା ମା ଓ ଭଉଣୀଙ୍କୁ କହିଥିଲେ

ସୋନାଲି ଫୋଗଟ, ଜଣେ ଉପସ୍ଥାପିକା, ଅଭିନେତ୍ରୀ ଓ ନେତ୍ରୀ ଥିଲେ । ସେ ସବୁବେଳେ ସୁନ୍ଦର ସ୍ୱ।।ସ୍ଥ୍ୟ ପାଇଁ ଯତ୍ନବାନ ରହୁଥିବା ପରିବାର ଲୋକମାନେ କହିଛନ୍ତି । ତେଣୁ ହୃଦଘାତରେ ସୋନାଲିଙ୍କ ମୃତ୍ୟୁ ହୋଇନି ବଂର ମୃତ୍ୟୁ ପଛରେ ହତ୍ୟା ଷଡଯନ୍ତ୍ର ଥିବା ସୋନାଲିଙ୍କ ପରିବାର ବାରମ୍ବାର ଅଭିଯୋଗ କରିଆସୁଛନ୍ତି ।

ଗୋଆ ସରକାର କହିଛନ୍ତି ତଦନ୍ତ ପ୍ରକିୟା ଚାଲିଛି ଓ ଖୁବ ଶୀଘ୍ର ମୃତ୍ୟୁ ପଛର କାରଣ ଜଣାପଡିିବ ସୋମବାର ବିଳମ୍ବିତ ରାତିରେ ଗୋଆରେ ସୋନାଲିଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ଆସିବା ପରେ କେବଳ ତାଙ୍କ ପରିବାର ନୁହେଁ ପ୍ରଂଶସକ ଆଶ୍ଚର୍ଯ୍ୟ ହୋଇଛନ୍ତି ।