ଡି-ରୂପାଙ୍କ ନାଁ ଶୁଣିଲେ ଥରି ଉଠନ୍ତି ଅପରାଧୀ । ମୁଖ୍ୟମନ୍ତ୍ରୀଙ୍କୁ ବି ଗିରଫ କରିବା ପାଇଁ ଆଗେଇ ଆସିଥିଲେ ଏହି ଆଇପିଏସ୍ ଅଫିସର

166

ଆଇପିଏସ୍ ଡି-ରୂପା… ନାଁ ଯେମିତି କାମବି ସେମିତି । ଡି-ରୂପା ନାଁ ଶୁଣିଲବେ ଥରି ଉଠନ୍ତି ବଡ ବଡ ଅପରାଧୀ । ପୂର୍ବରୁ ଆପଣ ଅନେକ ଆଇପିଏସ୍ ଅଫିସଙ୍କ କଥା ଶୁଣିଥିବେ । କିନ୍ତୁ ଡି-ରୂପା ସମସ୍ତଙ୍କଠୁ ଭିନ୍ନ । ଅପରାଧୀଙ୍କ କଥାତ ଦୁର… ସେ ମୁଖ୍ୟମନ୍ତ୍ରୀଙ୍କୁ ବି ଛାଡିନଥିଲେ । ତେବେ ଆସନ୍ତୁ ଜାଣିବା କିଏ ଏହି ଲେଡି ସିଂଘମ୍?
ଡି-ରୂପା ହେଉଛନ୍ତି କର୍ଣ୍ଣାଟକ କ୍ୟାଡର ୨୦୦୦ ବ୍ୟାଚର ଆଇପିଏସ୍ ଅଧିକାରୀ ଏବଂ ଅତିରିକ୍ତ ଜେନେରାଲ ଏକ୍ସ ଅଫିସର୍ । ଏହା ସହିତ ସେ ସିଭିଲ ଡିଫେନ୍ସରେ ଆଡିସନାଲ କମାଣ୍ଡାଣ୍ଟ ପଦରେ ବି କାମ କରିଛନ୍ତି । ଏହାଛଡା ଡି-ରୂପା ଟ୍ରାଫିକ୍ ଓ ରୋଡ ସେଫ୍ଟି ଡିପାର୍ଟମେଣ୍ଟରେ କମିଶ୦୦୫ଋର ଏବଂ କର୍ଣ୍ଣାଟକ ଜେଲରେ ଡେପୁଟି ଇନସ୍ପେକ୍ଟର ଜେନେରାଲ ଭାବେ କାମ ମଧ୍ୟ କରିସାରିଛନ୍ତି । ଡି-ରୂପା ଦେଶର ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ ଥିଲେ ଯାହାଙ୍କୁ ୨୦୧୩ରେ ସାଇବର କ୍ରାଇମ୍ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ଆଉ ସେତେବେଳେ ସାଇବର କ୍ରାଇମକୁ ରୋକିବାରେ ପୋଲିସକୁ ବଡ ସଫଳତା ମିଳିଥିଲା । କିନ୍ତୁ ଡି-ରୂପା ସେତେବେଳେ ପପୁଲାସ ହେଲେ, ଆଉ ଲୋକେ ତାଙ୍କୁ ଲେଡି ସିଂଘମ୍ ବୋଲି ଜାଣିଲେ । ଯେତେବେଳେ ସେ ୨୦୦୪ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଉମା ଭାରତୀଙ୍କୁ ଗିରଫ କରିବାକୁ ଆଗେଇ ଆସିଥିଲେ । ୨୦୦୪ ରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ବିରୋଧରେ ୧୦ ବର୍ଷ ପୁରୁଣା ମାମଲାରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା। ବାସ୍ତବରେ, ଅଗଷ୍ଟ ୧୫, ୧୯୯୪ ରେ ଉମା ଭାରତୀ କର୍ଣ୍ଣାଟକ ହୁବଲିର ଏକ ଇଡଗାହରେ ତ୍ରିରଙ୍ଗା ଉଡାଇଥିଲେ ଏବଂ ତା’ପରେ ସାମ୍ପ୍ରଦାୟିକ ସଦ୍ ଭାବନାକୁ ବିଚଳିତ କରିଥିବା ଅଭିଯୋଗ ହୋଇଥିଲା। ହୁବଲି କୋର୍ଟରୁ ୱାରେଣ୍ଟ ଜାରି କରିବା ସମୟରେ ଡି ରୁପା କର୍ଣ୍ଣାଟକର ଧାରୱାଡ ଜିଲ୍ଲାର ଏସପି ଥିଲେ ଏବଂ ୱାରେଣ୍ଟ ପାଇବା ମାତ୍ରେ ସେ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ ଗିରଫ କରିବା ପାଇଁ ମଧ୍ୟପ୍ରଦେଶ ଯାଇଥିଲେ। ତେବେ ଗିରଫ ହେବା ପୂର୍ବରୁ ଉମା ଭାରତୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
୨୦୧୭ରେ ବି ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଡି-ରୂପା । ଯେତେବେଳେ ଜୟଲଲିତାଙ୍କ ପାର୍ଟି ଏଆଇଏଡିଏମକେର ନେତା ଶଶିକଳା ଜେଲରେ ଥିଲେ ସେତେବେଲେ ଡି-ରୂପା ଜେଲ ବିଭାଗରେ ଡିଆଜି ପଦରେ ଥିଲେ । ଯେଉଁ ଜେଲରେ ଶଶିକଳା ରହିଥିଲେ ସେହି ଜେଲକୁ ନିରିକ୍ଷଣରେ ଯାଇଥିଲେ ଡି-ରୂପା । ଏହା ପରେ ସେ ଏକ ରିପୋର୍ଟ ଦାଖଲ କରିଥିଲେ, ଯେଉଁଥିରେ ଶଶିକଳାଙ୍କୁ ଜେଲରେ ଭିଆଇପି ସୁବିଧା ମିଳୁଥିବାର ଅଭିଯୋଗ ଥିଲା । ଜେଲରେ ୫ବଖରା ଭଳି ବଡ ରୁମ୍ ସହ କିଚେନରୁମ୍ ଦିଆଯାଇଛି । ଶଶିକଳାଙ୍କୁ ଏହି ସୁବିଧା ଦେବା ପାଇଁ ଜେଲ କର୍ତ୍ତୁପକ୍ଷଙ୍କୁ ୨କୋଟି ଟଙ୍କା ଦିଆଯାଇଥିବାର ଖୁଲାସା କରିଥିଲେ ଡି-ରୂପା ।
ତେବେ ଡି-ରୂପା କେବଳ ଜଣେ ଆଇପିଏସ ଅଫିସର ନୁହଁନ୍ତି, ଏହା ସହିତ ତାଙ୍କ ପାଖରେ ଅନ୍ୟ ପ୍ରତିଭାମାନ ମଧ୍ୟ ରହିଛି । ସେ ଜଣେ ଭରତ ନାଟ୍ୟମ ଡାନ୍ସର ସହ ସଙ୍ଗୀତକାର ମଧ୍ୟ । ସେ ଏକ କାନାଡା ଫିଲ୍ମରେ ପ୍ଲେବ୍ୟାକ୍ ସିଙ୍ଗର ଭାବେ ଗୀତ ମଧ୍ୟ ଗାଇଛନ୍ତି । ଏହାଛଡା, ଡି-ରୂପା ଜଣେ ସାର୍ପ ସୁଟର ହୋଇଥିବା ବେଳେ ସୁଟିଙ୍ଗରେ ଅନେକ୍ ପୁରସ୍କାର ପାଇଛନ୍ତି