ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ନୂଆ ନାରା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ‘ସବକା ପ୍ରୟାସ’ ଦେଶକୁ ଆଗକୁ ନେବ । 

245

କନକ ବ୍ୟୁରୋ : ଆଜି ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସ୍ୱାଧୀନତା ଦିବସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ବଳିଦାନ ପାଇଁ ବୀର ମହାପୁରୁଷଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ । କହିଲେ, ଦେଶର ସମସ୍ତ ମହାପୁରୁଷଙ୍କ ପାଇଁ ଆମେ ଋଣୀ । ସେପଟେ, ଲାଲକିଲ୍ଲାରେ ତାଳି ବଜାଇ କ୍ରୀଡାବିତଙ୍କୁ ସମ୍ମାନିତ କରାଯାଇଛି । ଟୋକିଓ ସଫଳତା ଯୁବପୀଢିଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଜାତୀୟ ପତାକା ଉତ୍ତୋଳନ ପରେ ହେଲିକପ୍ଟର ଯୋଗେ ପୁଷ୍ପ ବର୍ଷା କରାଯାଇଛି ।

କଣ କହିଲେ ମୋଦୀ :

ଭାଷଣ ଆରମ୍ଭରୁ କରୋନା ଯୋଦ୍ଧାଙ୍କୁ ପ୍ରଂଶସା କଲେ

ସରକାରୀ ଲାଭରୁ କେହି ବଞ୍ଚିତ ହେବା ଅନୁଚିତ

ଟିକା ପାଇଁ ବୈଜ୍ଞାନିକଙ୍କୁ ପ୍ରଂଶସା କଲେ ମୋଦୀ

ବିଶ୍ୱର ସବୁଠୁ ବଡ ଟିକାକରଣ ଅଭିଯାନ ଭାରତରେ ଚାଲିଛି

ଦେଶରେ ଏବେ ୫୪ କୋଟିରୁ ଅଧିକ ଲୋକ ଟିକା ନେଇ ସାରିଲେଣି

ଟିକା ପାଇଁ ଏବେ ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରୁନି

ନୂଆ ସଂକଳ୍ପକୁ ଆଧାର କରି ଭାରତକୁ ଆଗକୁ ବଢିବାକୁ ହେବ

କଷ୍ଟକର ସମୟରେ ୮୦ କୋଟି ପରିବାରକୁ ରାସନ ଯୋଗାଇ ଦିଆଯାଇଛି

ଦେଶର ପରିବର୍ତ୍ତନ ସହ ନିଜକୁ ମଧ୍ୟ ପରିବର୍ତ୍ତନ କରିବାକୁ ହେବ

ଅଲିମ୍ପିଆନଙ୍କୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଅଲିମ୍ପିଆନ କେବଳ ହୃଦୟ ଜିତିନାହାନ୍ତି ବରଂ ଆଗାମୀ ଯୁବପିଢୀଙ୍କୁ ପ୍ରେରଣା ଯୋଗାଇଛନ୍ତି

ଜଳ ମିଶନ ଜରିଆରେ ସାଢେ ୪ କୋଟି ପରିବାରକୁ ପାଣି ମିଳିଛି

ଗତ ୨ ବର୍ଷ ମଧ୍ୟରେ ସରକାରଙ୍କ ଏହା ସବୁଠୁ ବଡ ଉପଲବ୍ଧି

ଶତ ପ୍ରତିଶତ ଲୋକଙ୍କ ଘରେ ଶୌଚାଳୟ ପହଞ୍ଚାଇବା ଲକ୍ଷ୍ୟ

ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ

ସବକା ପ୍ରୟାସ ଦେଶକୁ ଆଗକୁ ନେବ

ଉତ୍ତର ଭାରତର ସମସ୍ତ ରାଜ୍ୟକୁ ରେଳ ସଂଯୋଗ କରିବାକୁ ଲକ୍ଷ୍ୟ

ବ୍ଲକ ସ୍ତରରେ ମେଡିକାଲ ସୁବିଧା ପହଞ୍ଚାଇବା ଲକ୍ଷ୍ୟ ରହିଛି

ସ୍ୱାସ୍ଥ୍ୟକ୍ଷେତ୍ର ସରକାରଙ୍କ ଫୋକସରେ ରହିଛି

ଗରିବଙ୍କୁ ଶସ୍ତାରେ ଔଷଧ ଯୋଗାଇ ଦିଆଯାଉଛି

ଆୟୁଷ୍ମାନ ଯୋଜନାରୁ କେହି ବାଦ ପଡିବେନି

ବର୍ତ୍ତମାନ ହଜାରେରୁ ଅଧିକ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ କରିଛୁ

ଗାଁ ଗାଁରେ ଇଣ୍ଟରନେଟ ପହଞ୍ଚାଇବାକୁ ଲକ୍ଷ୍ୟ