ନବୀନଙ୍କୁ ମୋଦୀଙ୍କ ପ୍ରଶ୍ନ: ଏତେ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ଓଡ଼ିଶାର ଲୋକ ଦୁଃଖୀ କାହିଁକି ଅଛନ୍ତି?

86

କନକ ବ୍ୟୁରୋ: କନ୍ଧମାଳରୁ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ଏତେ ଦିନ ହେଲା ମୁଖ୍ୟମନ୍ତ୍ରୀ ଅଛନ୍ତି, ବିନା କାଗଜରେ ଜିଲ୍ଲା ଓ ଜିଲ୍ଲା ମୁଖ୍ୟାଳୟର ନାଁ କହିପାରିବେନି । ଏଭଳି ମୁଖ୍ୟମନ୍ତ୍ରୀ ଶାସନରେ ରହିବା ଉଚିତ୍ କି? ଏତେ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ଓଡ଼ିଶାର ଲୋକ ଦୁଃଖୀ କାହିଁକି ଅଛନ୍ତି । ୫ ବର୍ଷ ପାଇଁ ସୁଯୋଗ ଦିଅନ୍ତୁ, ଓଡ଼ିଶାକୁ ନମ୍ବର-୧ କରିଦେବୁ । ଗୁଜୁରାଟ ଆଗରେ କାହିଁକି ଅଛି, ଓଡ଼ିଶା କାହିଁକି ପଛରେ ରହିଛି । ଓଡ଼ିଶାକୁ ଏକ ନମ୍ବର କରିବାକୁ ହେଲେ, ଓଡ଼ିଆ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ହେବ । କନ୍ଧମାଳର ପ୍ରତି ପରିବାରକୁ ମୋର ଜୟ ଜଗନ୍ନାଥ ପହଞ୍ଚାଇ ଦେବେ ।