ସୋସିଆଲ ମିଡିଆରେ ଦକ୍ଷ ବ୍ୟକ୍ତିଙ୍କୁ ଟେଲିକମ୍ କଂପାନୀ ଦେଉଛି ନିଯୁକ୍ତି ! ମିଳିବ ମୋଟା ଅଙ୍କର ଦରମା
ଏହି ବର୍ଷ ଜାନୁୟାରୀରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ନିଜର ଟେଲିକମ୍ ସର୍ଭିସ୍ ପ୍ରୋଭାଇଡର ଠାରୁ ଟ୍ୱିଟରରେ ସାହାଯ୍ୟ ମାଗିଥିଲା ବେଳେ ପ୍ରତିଦ୍ୱନ୍ଦ୍ୱୀ କଂପାନୀମାନେ ମଧ୍ୟ ନିଜର ସେବା ଅଫର କରିବାକୁ ଲାଗିଥିଲେ । କ୍ୟାସଲେସ୍ ଇକୋନୋମିର ପୋଷ୍ଟର ବୟ ବିଜୟ ଶେଖର ଶର୍ମା ଯେତେବେଳେ ଏହି କଥା ଦର୍ଶାଇଥିଲେ ,ତାଙ୍କର ସର୍ଭିସ୍ ପ୍ରୋଭାଇଡର ଆଡିସନାଲ୍ ଡାଟା ଦେଇଥିଲେ । ଅନ୍ୟ କଂପାନୀ ମଧ୍ୟ ଭଲ ଅଫର ବର୍ଷା କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗ୍ରାହକଙ୍କୁ ଶୀଘ୍ର ସେବା ପାଇଁ ସବୁ କଂପାନୀ ଫେସବୁକ୍ ,ଟ୍ୱିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ବଢାଇଦେଇଛନ୍ତି । ଟେଲିକମ୍ କଂପାନୀରେ , ଯେଉଁଠି ଏବେ ଅଧିକ ମାର୍କେଟ ଶେୟାର ହାସଲ କରିବା ପାଇଁ ଜୋରଦାର ପ୍ରତିଯୋଗୀତା ଲାଗିଛିି । ଏହି ପ୍ଲାଟଫର୍ମକୁ ବ୍ୟବହାର କରି ପ୍ରଡକ୍ଟ ବିକିବା , କଷ୍ଟମର୍ସଙ୍କ ସହ ସଂପର୍କ ରଖିବା ଓ ସେମାନଙ୍କର ସୁବିଧା-ଅସୁବିଧାକୁ ତୁରନ୍ତ ସମାଧାନ କରିବା ପାଇଁ ଉପଯୋଗ କରାଯାଉଛି ।
ଟେଲିକମ୍ କଂପାନୀଗୁଡିକର ସୋସିଆଲ ମିଡିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରତି ପଦକ୍ଷେପ ଓ ଅନ୍ୟ କଂପାନୀମାନଙ୍କ ଅସନ୍ତୁଷ୍ଟ ଗ୍ରାହକମାନଙ୍କୁ ନଜରରେ ରଖି ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଦେଇଥାନ୍ତି । ଟିମ୍ ର ଆଶା ଗ୍ରାହକମାନଙ୍କର ସବୁ ସମସ୍ୟାକୁ ତୁରନ୍ତ ସମାଧାନ କରାଯାଉ । ଏଥିପାଇଁ କଂପାନୀମାନେ ସୋସିଆଲ ମିଡିଆ ଆନାଲିଷ୍ଟମାନଙ୍କୁ ଚୟନ କରି ଭଲ ବେତନ ଦେଇ ପ୍ରସ୍ତୁତ କରୁଛନ୍ତି ।
ଟେକ୍ନୋଲଜି ରିସର୍ଚ୍ଚ ଫର୍ମ ଗାର୍ଟନରର ରିସର୍ଚ୍ଚ ଡାଇରେକ୍ଟର ଅଂଶୁଲ ଗୁପ୍ତା କହିିଛନ୍ତି, ‘ଟେଲିକମ୍ କଂପାନୀମାନେ ସବୁବେଳେ ଗ୍ରାହକଙ୍କ ସହ ଚତୁରତାର ସହ କାମ କରୁଛନ୍ତି ଓ ସ୍ମାର୍ଟ ସେଂଟରର କାମ ଏବେ ସୋସିଆଲ ମିଡିଆ ଯାଏ ପହଁଚିସାରିଲାଣି ଟେଲିକମ୍ , ବ୍ୟାଙ୍କ ଓ କଂଜ୍ୟୁମର ଆପ୍ଲାଏଂସେସ୍ ବିଜିନେସକୁ ଗ୍ରାହକଙ୍କ ସହ ଯୋଡିବାରେ ଏହି ଟିମର ଭୂମିକା ରହିଛି । ଯାହାକି ଭୂଲ ବାରମ୍ବାର ନହେବା ଓ ଶୀଘ୍ର ପ୍ରତିକ୍ରିୟା ଦେବାର ପ୍ରଶିକ୍ଷଣ ଦିଆଯାଇଥାଏ । ’
ଭାରତର ସବୁଠୁ ବଡ ଟେଲିକମ୍ ଭାରତୀ ଏୟାରଟେଲ୍ ଅନୁସାରେ, ସୋସିଆଲ୍ ମିଡିଆ କଂପାନୀ ଚ୍ୟାନେଲ୍ କଂପାନୀର ପ୍ରାଥମିକତା ଉପରେ ,ମାର୍କେଟିଂ ଚ୍ୟାନେଲରୁ ଏକ୍ସପେରିଏନ୍ସ ଚ୍ୟାନେଲକୁ ବଦଳୁଅଛି । ଆଉ ଏହା ସୋସିଆଲ ମିଡିଆ ଦ୍ୱାରା ପ୍ରଚାର ପ୍ରସାର କରାଯାଉଛି । ଭୋଡାଫୋନ୍ ମାର୍କେଟିଂ ଏଗଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଂଟ ସିଦ୍ଧାର୍ଥ ବାନାର୍ଜୀ କୁହନ୍ତି , ତାଙ୍କର କଂପାନୀର ସୋସିଆଲ ମିଡିଆ ଟିମ୍ ସୁନିଶ୍ଚିତ କରିଛନ୍ତି ଯେ, ଗ୍ରାହକଙ୍କର ସବୁ ପ୍ରଶ୍ନର ଉତ୍ତର ୧୫-୨୦ ମିନିଟ୍ ଭିତରେ ଦିଆଯାଉ । ବଜାରରୁ ନୂଆ ପ୍ରବେଶ କରିଥିବା ରିଲିଏନ୍ସ ଜିଓ ମଧ୍ୟ ନିଜର ସୋସିଆଲ ମିଡିଆ ଟିମ୍ ଅଛି । ସେମାନେ ସେହି ସମ୍ବନ୍ଧୀୟ ଯେକୈାଣସି ସମସ୍ୟାର ତୁନ୍ତ ସମାଧାନ ଦେଉଛନ୍ତି ଓ ଗ୍ରାହକଙ୍କୁ ଭଲ ସର୍ଭିସ୍ ପ୍ରଦାନ କରୁଛନ୍ତି । ଜିଓର ଆପ୍ସ ଭଳି ଜିଓ ମ୍ୟୁଜିକ୍ ର ମଧ୍ୟ ନିଜର ଅଲଗା ସୋସିଆଲ ମିଡିଆ ଟିମ୍ ଅଛନ୍ତି । ଏଣୁ ସୋସିଆଲ ମିଡିଆର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ଟେଲିକମ କଂପନୀମାନେ ଏବେ ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ।
ଟେଲିକମ୍ କଂପାନୀମାନେ ସୋସିଆଲ୍ ମିଡିଆ ଆନାଲିଷ୍ଟମାନଙ୍କୁ ମୋଟା ଅଙ୍କର ଦରମା ଦେବାକୁ ପ୍ରସ୍ତୁତ ଅଛନ୍ତି । ଏଗଜିକ୍ୟୁଟିଭ୍ ସର୍ଚ୍ଚ ଫର୍ମ ଇମା ପାର୍ଟନର୍ସ ଅନୁସାରେ ତାଙ୍କୁ ଭାରତୀୟ କଂପାନୀମାନଙ୍କ ସହମତି ହୋଇଛି କି ସୋସିଆଲ ମିଡିଆ ଏକ୍ସପର୍ଟ୍ସଙ୍କୁ ଚୟନ କରିବେ ଓ ଯାହାଙ୍କ ଦରମା ବାର୍ଷକ ୯୬ ଲକ୍ଷରୁ ୧.୬ କୋଟି ଟଙ୍କା ଯାଏ ହୋଇପାରିବ । (ସୌଜନ୍ୟ – ନବ ଭାରତ ଟାଇମ୍ସ)