ଜୋତା ଭିତରେ ନାଗ ସାପ: ଭୁବନେଶ୍ୱର ପଟିଆରେ ସ୍କୁଲ ବାହାରୁଥିବା ୭ ବର୍ଷର ଛାତ୍ରକୁ କାମୁଡିଲା କୋବ୍ରା, ଅଳ୍ପକେ ବର୍ତିଲେ ଛାତ୍ର

78

କନକ ବ୍ୟୁରୋ: ଜୋତା ଭିତରେ ନାଗ । ଭୁବନେଶ୍ୱର ପଟିଆ ବୁଲୁ ରଂଜନ ରାଉତଙ୍କ ୭ ବର୍ଷର ପୁଅ ରିଷଭ ସ୍କୁଲ ଯିବା ପାଇଁ ଜୋତା ପିନ୍ଧୁଥିବା ବେଳେ ଜୋତା ଭିତରେ ଥିବା ନାଗ ସାପଟି କାମୁଡିଦେଇଥିଲା । ରିଷଭଙ୍କ ଜେଜେ ସାଂଗେ ସାଂଗେ ଜୋତାକୁ ଝାଡିଦେବାରୁ ସେଥିରେ ଥିବା ନାଗ ସାପ ଛୁଆ ବାହାରିଥିଲା ।

ତେବେ ସାପଟି ରିଷଭଙ୍କୁ କାମୁଡିଥିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଯଦିଓ ରିଷଭ ମୋଟା ସକ୍ସ ପିନ୍ଧିଥିବାରୁ ସାପ କାମୁଡିଥିଲେ ମଧ୍ୟ ତାର ବିଷ ଶରୀର ଭିତରକୁ ଯାଇପାରିନଥିଲା । ତେବେ ରିଷଭ ବର୍ତମାନ ସୁସ୍ଥ ଥିବା ଜଣାପଡିଛି । ଖବର ପାଇବା ପରେ ସ୍ନେକ ହେଲପ ଲାଇନ ସଦସ୍ୟ ପହଚିଂ ସାପଟିକୁ ଉଦ୍ଧାର କରିଥିଲେ ।