ଏବେବି ପୁରୀ ସମ୍ରାଟ୍ ମାର୍କେଟ କମ୍ପେ୍ଲକ୍ସରୁ ବାହାରୁଛି ଧୂଆଁ । ୩୬ ଘଣ୍ଟା ହେବ ନାକେଦମ୍ ହେଲେଣି ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ୍ ଟିମ 

107

କନକ ବ୍ୟୁରୋ: ଏବେ ବି ପୁରୀ ସମ୍ରାଟ୍ ମାର୍କେଟ୍ କମ୍ପେ୍ଲକ୍ସରୁ ବାହାରୁଛି ଧୂଆଁ । ନିଆଁ ଲାଗିବାର ୩୬ ଘଣ୍ଟା ପରେ ବି ସମ୍ପୂର୍ଣ୍ଣ ଆୟତ୍ତକୁ ଆସିପାରୁନାହିଁ । ନୟାନ୍ତ ହେଲେଣି ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ କର୍ମଚାରୀ ।

ବୁଧବାର ରାତି ୮ଟାରେ ମାର୍କେଟ୍ କମ୍ପେ୍ଲସରେ ନିଆଁ ଲାଗିଥିଲା । ସର୍ଟ ସର୍କିଟ୍ରୁ ଲାଗିଥିବା ନିଆଁ ମାର୍କେଟ୍ କମ୍ପେ୍ଲକ୍ସର ଗୋଟିଏରୁ ଆଉ ଗୋଟିଏ ଦୋନାକୁ ବ୍ୟାପିଥିଲା । ଦୋକାନର ସଟର ପଡ଼ିଥିବାରୁ ନିଆଁକୁ ଆୟତ୍ତ କରିବାରେ ଅସୁବିଧା ହୋଇଥିଲା । ମାର୍କେଟ୍ କମ୍ପେ୍ଲକ୍ସରେ ଜୋତା, ଡ୍ରେସ୍ ଆଦି ଦୋକାନ ରହିଥିବାରୁ ନିଆଁ ବ୍ୟାପିଥିଲା । ଅଗ୍ନିଶମ କର୍ମଚାରୀ ମାର୍କେଟ୍ କମ୍ପେ୍ଲକ୍ସ ପଛପଟେ କାନ୍ଥ ଓ ସ୍କାଏଲାଇଟ୍ ଭାଙ୍ଗି ଧୂଆ ବାହାର କରିବାକୁ ଉଦ୍ୟମ କରିଥିଲେ । ଦୀର୍ଘ ସମୟ ପରେ ନିଆଁ ଆୟତକୁ ଆସିବା ପରେ ମାର୍କେଟ୍ କମ୍ପେ୍ଲକ୍ସର ଗେଷ୍ଟ ହାଉସ୍ରେ ରହୁଥିବା ପର୍ଯ୍ୟଟକ ସେମାନଙ୍କ ସାମଗ୍ରୀ ବାହାର କରିଥିଲେ ।

ଗତକାଲି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ।