ଦେଇଥିଲା କଂଗ୍ରେସ, ନେଇଗଲେ ମୋଦି! ସୀତାପଲ୍ଲୀ ୱାଗନ୍ ପ୍ରକଳ୍ପରେ ଝୁଲିବ ତାଲା, ଆରଟିଆଇ ସୂଚନାରୁ ଜଣାପଡିଲା ସାଙ୍ଘାତିକ ତଥ୍ୟ

30

କନକ ବ୍ୟୁରୋ : ମନମୋହନ ସରକାର ଦେଇଥିଲେ, ମୋଦି ସରକାର ଫେରାଇନେଲେ । ପୁଣି ଥରେ ଓଡ଼ିଶାକୁ ଧୋକା ଦେଇଛି କେନ୍ଦ୍ର । ଆରଟିଆଇ ସୂଚନାରୁ ଜଣାପଡିଛି ସାଙ୍ଘାତିକ ତଥ୍ୟ । ଗଞ୍ଜାମ ସୀତାପଲ୍ଲୀ ପ୍ରସ୍ତାବିତ ୱାଗନ କାରଖାନା ପ୍ରସ୍ତାବକୁ ରେଳବାଇ ବୋର୍ଡ ଖାରଜ୍ କରିଦେଇଛି । ପୂର୍ବରୁ କଳାହାଣ୍ଡି ନର୍ଲାରେ ପ୍ରସ୍ତାବିତ ରେଳଡବା ମରାମତି କାରଖାନାକୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଏବେ ଓଡ଼ିଶା ହାତରୁ ଖସିବାକୁ ଯାଉଛି ଆଉ ଏକ ପ୍ରକଳ୍ପ ।

will naveen soft for bjpକେନ୍ଦ୍ର ଷଡ଼ଯନ୍ତ୍ରର ଓଡିଶା ଶିକାର । ପୁଣି ଧୋକ୍କା ଦେଲା କେନ୍ଦ୍ର । ୟୁପିଏ ସରକାରରେ ଘୋଷଣା କଲେ, ଏନଡିଏ ସରକାରରେ ବନ୍ଦ କଲେ । ଆରଟିଆଇ ସୂଚନାରୁ ଜଣାପଡିଲା ସାଙ୍ଘାତିକ ତଥ୍ୟ । ଗଞ୍ଜାମ ସୀତାପଲ୍ଲୀରେ ହେବନାହିଁ ୱାଗନ କାରଖାନା । ରେଳବାଇ ବୋର୍ଡ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଖାରଜ୍ କରିଦେଇଛି । ଭାରତୀୟ ରେଳବାଇ ପାଖରେ ପର୍ଯ୍ୟାପ୍ତ ୱାଗନ୍ ନିର୍ମାଣ କରିବାର ଦକ୍ଷତା ଥିବାରୁ ଏହି ପ୍ରକଳ୍ପର ଆଉ ଆବଶ୍ୟକତା ନାହିଁ । ୨୦୧୨ରେ ପ୍ରକଳ୍ପ ବାବଦରେ ଘୋଷଣା ହୋଇଥିଲା । କୈାଣସି ବଡ ଅନୁଦାନ ଦେଇ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ବଦଳରେ ଟୋକନ୍ ମନି ଦେଇ ସବୁବେଳେ ଭୁଆଁ ବୁଲାଉଥିବା କେନ୍ଦ୍ର ଏବେ ଅସଲ ଚରିତ୍ର ଦେଖାଇଛି ।

ଗୋଟିଏ ନେଇଗଲେ, ଆଉ ଗୋଟେ ବନ୍ଦ କଲେ । କଳାହାଣ୍ଡି ନର୍ଲାରେ ପୂର୍ବରୁ ପ୍ରସ୍ତାବିତ ରେଳଡବା ମରାମତି କାରଖାନାକୁ ବିଶାଖାପାଟଣାକୁ ସ୍ଥାନାନ୍ତର କରିଦିଆଯାଇଥିଲା । ଆର୍ଥିକ ଦୃଷ୍ଟିକୋଣରୁ ଲାଭ ଦେବା ସମ୍ଭାବନା ନଥିବାରୁ ପ୍ରକଳ୍ପକୁ ସ୍ଥାନାନ୍ତର କରାଯିବା ପରେ ଅନୁଧ୍ୟାନ ପାଇଁ ଏକ କମିଟି ଗଠନ ହୋଇଥିଲା । ଯାହାକୁ ନେଇ ରାଜନୈତିକ ବିବାଦ ମଧ୍ୟ ଜୋର ଧରିଥିଲା । ପ୍ରଶ୍ନ ଉଠୁଛି,

– କାହିଁକି ପ୍ରକଳ୍ପ ଘୋଷଣା କରି ବନ୍ଦ କରାଯାଉଛି?
– ରାଜ୍ୟ ପ୍ରତି ଏହା କେନ୍ଦ୍ରର ବୈମାତୃକ ମନୋଭାବ ନୁହେଁ କି?

vlcsnap-2018-01-05-20h30m21s165ଏହାସହ ପୂର୍ବତଟ ରେଳବାଇ ଅଧୀନରେ ଆଉ କୈଣସି ୱାଗନ୍ ଫ୍ୟାକ୍ଟ୍ରୀ ପ୍ରସ୍ତାବ ନଥିବା ମଧ୍ୟ ରେଳବାଇ ସ୍ପଷ୍ଟ କରିଛି । ଫଳରେ ରାଜ୍ୟକୁ ମିଳିଛି ଡବଲ୍ ଝଟକା । ଉଭୟ ପଶ୍ଚିମ ଓ ଦକ୍ଷିଣ ଓଡିଶା ପ୍ରତି ଏହା ଅବହେଳା ଅଭିଯୋଗରେ ଆରମ୍ଭ ହୋଇଛି ରାଜନୀତି । ବିଜେଡି ଏଥିପାଇଁ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି । ରାଜ୍ୟ ସରକାର ଏହି ପ୍ରୋଜେକ୍ଟ ପାଇଁ ଜମି ଯୋଗାଇ ଦେବାର ୬ ବର୍ଷ ପରେ କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ବନ୍ଦ କରିବା ନିନ୍ଦନୀୟ ବୋଲି ବିଜେଡି କହିଛି । ଏହାସହ କେନ୍ଦ୍ର ଅବହେଳା ଅଧ୍ୟାୟରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି ବୋଲି ବିଜେଡି ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛି । ଅନ୍ୟପଟେ ବିଜେପି କହିଛି ମୋଦି ସରକାର ସମୟରେ ରାଜ୍ୟକୂୁ ରେଳ ବଜେଟରେ ଅଧିକ ଅର୍ଥ ମିଳିଛି । କିନ୍ତୁ ଯେବେ ଏହି ପ୍ରୋଜେକ୍ଟର ଆବଶ୍ୟକତା ପଡିବ ସେବେ ପୁଣିଥରେ ଏହା ଓଡ଼ିଶାକୁ ଫେରିବ ବୋଲି ବିଜେପି କହିଛି ।

ଘୋଷଣା ହୋଇଥିବା ପ୍ରକଳ୍ପକୁ ବନ୍ଦ କରି ଦିଆଯାଉଛି, ଚାଲିଥିବା ପ୍ରକଳ୍ପକୁ ନେଇ ଆଗ୍ରହ ଦେଖାଯାଉନି, ଆବଶ୍ୟକ ପରିମାଣରେ ଅର୍ଥ ଆସୁଥିଲେ ବି ସଠିକ ଭାବେ କାର୍ଯ୍ୟକାରୀ କରାଯାଉନି, ଆଉ ଏହାକୁ ନେଇ ଆରମ୍ଭ ହୋଇଛି ରେଳ ରାଜନୀତି ।