ଆମେରିକାର ସମଲିଙ୍ଗୀ କ୍ଲବରେ ଆଖିବୁଜା ଗୁଳିମାଡ । ୫ ମୃତ,୧୮ ଗୁରୁତର

96

କନକ ବ୍ୟୁରୋ : ଆମେରିକାରେ ଥମୁନାହିଁ ଗୁଳିମାଡ ଘଟଣା । ଗତକାଲି ରାତିରେ ଆମେରିକାର କଲୋରଡୋ ଠାରେ ଥିବା ସ୍ପ୍ରିଙ୍ଗ୍ ସମଲିଙ୍ଗୀ କ୍ଲବରେ ଅଚାନକ ଗୁଳିମାଡ କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୮ ଜଣ ଗୁରୁତର ହୋଇଥିବା କୁହାଯାଇଛି । ଗଣମାଧ୍ୟମର ରିପୋର୍ଟ ମୁତାବକ କଲୋରଡୋ ସ୍ପ୍ରିଙ୍ଗ୍ସରେ ଥିବା ଏକ ସମଲିଙ୍ଗୀ ନାଇଟ୍ କ୍ଲବରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇଥିଲା । ଏହି ଗୁଳି ଚଳାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗୁଳିଚାଳନାର ସୂଚନା ପାଇବା ପରେ ବହୁ ସଂଖ୍ୟାରେ ପୋଲିସ ସହ ଆମ୍ବୁଲାନ୍ସ ସଂପୃକ୍ତ କ୍ଲବ ନିକଟରେ ଥିବା ଭିଡିଓରେ ଦେଖିବାକୁ ମିଳିଛି ।

କ୍ଲବରେ ଟ୍ରାନ୍ସଜେଣ୍ଡର ଡେ ଅଫ୍ ରିମେମ୍ବରସ ନାମରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାର ସମଲିଙ୍ଗୀ ଯୋଗ ଦେଇଥିଲେ । ଆମେରିକା ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ ବନ୍ଧୁକଧାରୀ ଏକ ସ୍ପାଇପର ରାଇଫଲ ସହାୟତାରେ ଗୁଳି ଚଳାଇଥିଲା । ହେଲେ ସେ କାହିଁକି ଏଭଳି କାଣ୍ଡ ଘଟାଇଲା ସେନେଇ କୌଣସି ସ୍ପଷ୍ଟ ଖବର ଆସିପାରି ନାହିଁ । ସେପଟେ ଗୁଳି ଚଳାଇବା ପରେ ବନ୍ଧୁକଧାରୀ ଜଣଙ୍କ କେଉଁଆଡେ ଫେରାର ହୋଇଯାଇଛି ।

ସୂଚନା ଥାଉକି ଏହା ପୂର୍ବରୁ ନଭେମ୍ବର ୧୬ ତାରିଖରେ କଲମ୍ବିଆର କ୍ଲବ ରୋଜ ଗୋଲ୍ଡରେ ମଧ୍ୟ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିଲେ ।