ସମ୍ବଲପୁର କୁମ୍ଭାରପଡ଼ା ଜୋତା ଗୋଦାମରେ ଲାଗିଲା ନିଆଁ : ୫ଲକ୍ଷ ଟଙ୍କାର ସଂପତି ପୋଡି ପାଉଁଶ

13

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସମ୍ବଲପୁର କୁମ୍ଭାରପଡାସ୍ଥିତ ଜୋତା ଗୋଦାମରେ ଭୟାଭୟ ଅଗ୍ନିକାଣ୍ଡ ।ଗୋଦାମର ପ୍ରଥମ ମହଲାରେ ନିଆଁ ଲାଗିଥିଲା ଏବଂ ପରେ ଏହା ଗୋଦାମର ତିନୋଟି ଯାକ ମହଲାକୁ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ତେବେ ଅଗ୍ନିକାଣ୍ଡ ବିଳମ୍ବିତ ରାତିରେ ହୋଇଥିବାରୁ ନିଆଁକୁ ଆୟତ କରିବା ପୂର୍ବରୁ ଗୋଦାମଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି । ୫ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ପୋଡିଯାଇଛି ବୋଲି କହିଛନ୍ତି ଗୋଦାମର ମାଲିକ ।କିନ୍ତୁ ଅଗ୍ନିକାଣ୍ଡର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ ।