‘ମୋ ବାପାଙ୍କୁ ରାଜ୍ୟବାସୀ ଝୁରୁଛନ୍ତି’: ଜନସମାବେଶରେ ଯୋଗ ଦେଇ ଏଭଳି କହିଲେ ନବ ଦାସଙ୍କ ଝିଅ ଦୀପାଲି

483

କନକ ବ୍ୟୁରୋ: ‘ବଳ ତାକୁ ଗୋଟାଇବାକୁ ପଡ଼େ ଯାହା ପାଖରେ ନଥାଏ । ଆମ ପାଖରେ ଲୋକଙ୍କ ଭଲପାଇବା ବଳ ଅଛି । ପୁରା ଓଡ଼ିଶା ମୋ ବାପାଙ୍କୁ ଝୁରୁଛି , ଆମ ପୁରା ପରିବାର ବାପାଙ୍କ ସ୍ୱପ୍ନକୁ ଆଗକୁ ନେବ । ଆମେ ଭାଇଭଉଣୀ ୨ ଜଣ ଦୁଇଜଣଙ୍କୁ ସପୋର୍ଟ କରିବୁ । ତା’ ବ୍ୟତୀତ ମୋ ବାପାଙ୍କୁ ତ ସାରା ରାଜ୍ୟବାସୀ ଝୁରୁଛନ୍ତି’ । ଲଇକେରା ବ୍ଳକରେ ଏକ ଜନସଭାରେ ଯୋଗ ଦେବା ଅବସରରେ ଏଭଳି କହିଛନ୍ତି ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲି ।

ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାଣ୍ଡାକୁ ଏକ ମାସରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିନାହାନ୍ତି ନିର୍ବାଚନ କମିଶନ । ତେବେ ତାରିଖ ଘୋଷଣା ନହେବା ଆଗରୁ ବିଜେଡ଼ି ବିଭିନ୍ନ କାର୍ଯ୍ୟକ୍ରମ କରି ନିଜ ଦଳ ପାଇଁ ସମର୍ଥନ ଜୁଟାଉଥିବା ଦେଖିବାକୁ ମିଳିଛି । ଦୀର୍ଘଦିନ ରାଜନୀତି ପରେ ନବ ଦାସ ଯେଉଁ ପରିଚୟ ସୃଷ୍ଟି କରିଥିଲେ ତାକୁ ଆଗକୁ ବଢ଼ାଇବା ପାଇଁ ତାଙ୍କ ଝିଅ ଦିପାଳି ଦାସ ଗ୍ରାମାଂଚଳରେ ବୁଲି ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଲଇକେରା ବ୍ଲକର ଭିମଜୋର, ସୁଲେହି ଓ ସାରଙ୍ଗଲୋଇ ଠାରେ ଜନସମାବେଶରେ ଯୋଗଦେବା ସହ ଲକ୍ଷଘର ସମାଜର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଅନ୍ୟପଟେ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ମଧ୍ୟ ସଭାସ୍ଥଳରେ ଦେଖିବାକୁ ମିଳିଥିଲା । ତାଙ୍କ ବାପା ଗଲାପରେ ସେ ଏବଂ ତାଙ୍କ ଭଉଣୀ ସବୁବେଳେ ଲୋକଙ୍କ ସହ ଅଛନ୍ତି ବୋଲି କହିଛନ୍ତି ନବ ଦାସଙ୍କ ପୁଅ । ଉପନିର୍ବାଚନକୁ ନେଇ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ଆମେ ସେହି ହିସାବରେ ଆଗକୁ ବଢ଼ିବୁ ବୋଲି ସେ କହିଛନ୍ତି ।