ସୁକେଶ ଚନ୍ଦ୍ରଶେଖରଙ୍କ ଆବେଦନ ଉପରେ କୋର୍ଟଙ୍କ ବୟାନ, ‘ବରଦାସ୍ତ କରାଯିବନାହିଁ ବିଚାରପତିଙ୍କ ଉପରେ ଅଭିଯୁକ୍ତଙ୍କ ଟିପ୍ପଣୀ’

105

କନକ ବ୍ୟୁରୋ : ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ପଟିଆଲା ହାଉସ କୋର୍ଟ ତାଗିଦ୍ କରିଛନ୍ତି । ସୁକେଶ ଚନ୍ଦ୍ରଶେଖର ତାଙ୍କ ମାମଲାକୁ ଅନ୍ୟ ଜଣେ ବିଚାରପତିଙ୍କ ନିକଟକୁ ବଦଳି କରିବାକୁ ଆବେଦନ କରିଥିଲେ । ଏହାସହ ସେ ବିଚାରପତିଙ୍କ ଉପରେ ପକ୍ଷପାତ ଅଭିଯୋଗ ମଧ୍ୟ ଆଣିଥିଲେ । ଏହି ଆବେଦନ ଉପରେ ପଟିଆଲା ହାଉସ କୋର୍ଟ କହିଥିଲେ କି କୌଣସି ବିଚାରପତିଙ୍କ ଉପରେ ଅଭିଯୁକ୍ତମାନେ ଟିପ୍ପଣୀ କରିପାରିବେ ନାହିଁ । ଏହାସହ ସୁକେଶ ଚନ୍ଦ୍ରଶେଖରଙ୍କ ହେପାଜତକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଶନିବାର (ମାର୍ଚ୍ଚ ୧୮) ଦିନ ପଟିଆଲା ହାଉସ କୋର୍ଟ ୨୦୦କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ଅଭିଯୋଗକାରୀ ଜପନା ସିଂଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ । ଏହି କ୍ରମରେ କୋର୍ଟ କହିଥିଲେ କି ତାଙ୍କୁ ସୁକେଶଙ୍କର ଏକ ଆବେଦନ ମିଳିଛି । ଏହାସହ ଏହି ଆବେଦନକୁ ନେଇ କୋର୍ଟ ସୁକେଶଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

କୋର୍ଟ ସୁକେଶଙ୍କୁ କଟାକ୍ଷ କରି କହିଛନ୍ତି କି, ଯେତେବେଳେ ଅଭିଯୁକ୍ତ ସପକ୍ଷରେ ନ୍ୟାୟ ଯାଉଛି ସେତେବେଳେ ଅଭିଯୁକ୍ତମାନେ କୋର୍ଟକୁ ପ୍ରଶଂସା କରୁଛନ୍ତି । ହେଲେ ଯେତେବେଳେ ଅଭିଯୁକ୍ତଙ୍କ ବିରୋଧରେ ନ୍ୟାୟ ଯାଉଛି ସେତେବେଳ କୋର୍ଟ ପକ୍ଷପାତ କରୁଥିବା ଅଭିଯୋଗ ଆସୁଛି । ଏହାସହ ସୁକେଶଙ୍କର ଆବେଦନ ଆଧାରହୀନ ବୋଲି କୋର୍ଟ କହିଛନ୍ତି । ଏହି ଆବେଦନ ଉପରେ ଶୁଣାଣି ହୋଇପାରିବ ନାହିଁ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ।