ଦେଶରେ ବଢିଚାଲୁଥିବା ମି-ଠୁ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଯୌନ ନିର୍ଯାତନା ଆଈନ ସଂଶୋଧନ କରିବା ପାଇଁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର
କନକ ବ୍ୟୁରୋ : ସମ୍ପ୍ରତି ‘ମି ଠୁ’ ଆନ୍ଦୋଳନ ତୀବ୍ରତର ହେଉଥିବା ବେଳେ ସରକାର ଯୌନ ନିର୍ଯ୍ୟାତନା ସଂକ୍ରାନ୍ତ ଆଇନର ସଂଶୋଧନ ପାଇଁ ବିଚାର କରୁଛନ୍ତି। ଏଥିପାଇଁ ଏକ ମନ୍ତ୍ରୀଗୋଷ୍ଠୀ ଗଠନ କରିବା ପାଇଁ ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ମି ଠୁ ମାମଲାଗୁଡ଼ିକର ବିଚାର ପାଇଁ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବା ଲାଗି କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ପ୍ରସ୍ତାବ ଦେଇଥିଲେ। ତେବେ ଏ ବାବଦରେ ସରକାର ଗୁରୁତ୍ବର ସହ ବିଚାର କରି ଆଇନରେ ସଂଶୋଧନ ଆଣିବା ପାଇଁ ଚିନ୍ତା କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ମି ଠୁ ଆନ୍ଦୋଳନର ଅଂଶସ୍ବରୂପ ବିଭିନ୍ନ କ୍ଷେତ୍ରର ମହିଳାମାନେ ଟ୍ବିଟର୍ ଓ ଅନ୍ୟ ସୋସିଆଲ୍ ମିଡିଆରେ ସେମାନଙ୍କ ପ୍ରତି ହୋଇଥିବା ଯୌନ ନିର୍ଯ୍ୟାତନା ଘଟଣାର ପର୍ଦ୍ଦାଫାସ କରୁଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାଦ୍ବାରା ବଲିଉଡ୍ ଶିଳ୍ପଠାରୁ ଆରମ୍ଭ କରି ରାଜନୀତି, କଳା ଓ ସାହିତ୍ୟ ଏବଂ ଗଣମାଧ୍ୟମ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷଙ୍କ କାରନାମା ପଦାରେ ପଡ଼ିଛି। ତେଣୁ ଘଟଣାକୁ ଗୁରୁତ୍ବର ସହ ନେଇ କେନ୍ଦ୍ର ସରକାର ଯୌନ ନିର୍ଯ୍ୟାତନା ଆଇନରେ ସଂଶୋଧନ ପାଇଁ ବିଚାର କରୁଛନ୍ତି। ତେବେ ଅନେକ ସମୟରେ ସାରା ଦେଶରେ ଏପରି ଲୋମ ହର୍ଷଣକାରୀ ଘଟଣା ସଂଖ୍ୟା ବଢିବାରେ ଲାଗିଛି । ଏପରି ଘଟଣାପରେ ସବୁଆଡେ ବିରୋଧ କରାଯିବା ସହ ଆନ୍ଦୋଳନ ମଧ୍ୟ ହେଉଥିବାର ଦେଖାଯାଏ । ତେଣୁ ବର୍ତମାନ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଏପରି ଆଇନକୁ ମଜବୁତ କରବା ପାଇଁ ବିଚାର କରୁଥିବା ଚର୍ଚ୍ଚା ଜୋର ଧରିଛି ।