ଓଡିଶା ଫେରିବେ ଜଗା ବଳିଆ : ଭୁବନେଶ୍ୱର ଏମ୍ସ କିମ୍ବା ଆପୋଲୋରେ ହୋଇପାରେ ଚିକିତ୍ସା

365

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜୋଡାମୁଣ୍ଡ ଶିଶୁ ଜଗା ବଳିଆ ଖୁବଶୀଘ୍ର ଓଡିଶା ଫେରିବେ । ଓଡିଶା ଫେରିବା ସମୟରେ ଜଗାବଳିଆଙ୍କ ସହିତ ଦିଲ୍ଲୀ ଏମ୍ସର ୮ଜଣ ଡାକ୍ତର ଆସିବେ । ତେବେ ଜଗାବଳିଆ କେବେ ଫେରିବେ ସେ ନେଇ କିଛି ନିର୍ଦ୍ଦିଷ୍ଟ ହୋଇନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ ଆହୁରି ମଧ୍ୟ କହିଛନ୍ତି ଓଡିଶା ଫେରିବା ପରେ ଭୁବନେଶ୍ୱର ଏମ୍ସ କିମ୍ବା ଆପୋଲୋରେ ଚିକିତ୍ସା ହୋଇପାରେ । ତେବେ କେଉଁଠି ଚିକିତ୍ସା ହେବ ସେନେଇ କିଛି ନିଷ୍ପତି ହୋଇନାହିଁ । ଏନଏଚଆରଏମ ନିର୍ଦ୍ଦେଶକ ଏବଂ ଦିଲ୍ଲୀ ଏମସ୍ କର୍ତୃପକ୍ଷଙ୍କ ମଧ୍ୟରେ ଏନେଇ କଥାବାର୍ତା ଚାଲିଛି ।

ଜଗାବଳିଆ ଆସିବା ପାଇଁ ଦିଲ୍ଲୀ ଏମ୍ସ ପକ୍ଷରୁ ଏୟାର ଆମ୍ବୁଲାନ୍ସ ମଗାଯାଇଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ କରାଯାଇ ଟ୍ରେନ ଯୋଗେ ସେମାନେ ଆସିବେ ବୋଲି କୁହାଯାଇଛି । ତେବେ ରାଜ୍ୟ ସରକାର ସବୁଥି ପାଇଁ ପ୍ରସ୍ତୁତ ଅଛନ୍ତି । ବିଶେଷ କରି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଏମସର ଡାକ୍ତରମାନେ ଯାହା ପରାମର୍ଶ ଦେବେ ତାକୁ ମାନି ରାଜ୍ୟ ସରକାର କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।