ପ୍ରିୟଙ୍କାଙ୍କ ଟାର୍ଗେଟରେ ଯୋଗୀ : ୟୁପିରେ ଭୁଶୁଡ଼ି ଯାଇଛି ଆଇନ୍ ଶୃଙ୍ଖଳା, ଅପରାଧୀଙ୍କ ସାମ୍ନାରେ ଆତ୍ମସମର୍ପଣ କରିଛନ୍ତି ସରକାର

300

କନକ ବ୍ୟୁରୋ : କଂଗ୍ରେସ ମହାସଚିବଙ୍କ ଟାର୍ଗେଟରେ ଯୋଗୀ ସରକାର । ଉତ୍ତରପ୍ରଦେଶରେ ବଢ଼ୁଥିବା ଅପରାଧିକ କାର୍ଯ୍ୟକଳାପକୁ ନେଇ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ରାଜ୍ୟରେ ଅପରାଧୀ ଖୋଲାଖୋଲି ଅପରାଧ ଘଟାଉଛନ୍ତି । ନୀରବଦ୍ରଷ୍ଟା ପାଲଟିଛନ୍ତି ରାଜ୍ୟ ସରକାର । ଦିନରେ ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି । ରାଜ୍ୟ ରାଜପଥ ଠାରୁ ଆରମ୍ଭ କରି ଗଳି ଗଳିରେ ଚୋର, ଲୁଟେରାଙ୍କ ରାଜୁତି ଚାଲିଛି । ସ୍ପଷ୍ଟ ଦିବାଲୋକରେ ହଣାମଣା, ଲୁଟ୍, ଚୋରି, ଡକାୟତି, ଦୁଷ୍କର୍ମ ଓ ଭିଡ଼ହିଂସା ହେଉଛି । ଅପରାଧୀଙ୍କ ଆତଙ୍କରାଜରେ ରାଜ୍ୟବାସୀ ଅତିଷ୍ଠ ହୋଇପଡ଼ିଲେଣି । ସହରବାସୀଙ୍କ ଚିନ୍ତା ପାଲଟିଥିବା ବେଳେ କ’ଣ କରୁଛନ୍ତି ସକରାର । ଅପରାଧୀଙ୍କ ସାମ୍ନାରେ ଯୋଗୀ ସରକାର ଆତ୍ମସମର୍ପଣ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ।

ଅସୁରକ୍ଷିତ ୟୁପି ! ଅପରାଧୀଙ୍କ ସାମ୍ନାରେ ହାତ ଟେକି ଦେଇଛନ୍ତି କି ଯୋଗୀ ସରକାର ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମହାସଚିବ । ଦିନକୁ ଦିନ ୟୁପିରେ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ପ୍ରତିଦିନ କେଉଁଠି ନାଁ କେଉଁଠି ଲୁଟତରାଜ, ଡକାୟତି, ଲୁଟ ଘଟଣା ସାମ୍ନାକୁ ଆସୁଛି । ଅପରାଧୀମାନେ ନିଶାଖାଇ ଉତ୍ପାତ ମଚାଉଛନ୍ତି ଆଉ ରାଜ୍ୟ ସକରାର ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରୁଛି । ପୂର୍ବ ଉତ୍ତର ପ୍ରଦେଶର କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଟ୍ୱିଟ କରି କହିଛନ୍ତି , ସାରା ରାଜ୍ୟରେ ଖୋଲାଖୋଲି ଅପରାଧୀ ବିଚରଣ କରୁଛନ୍ତି । ଗୋଟିଏ ପରେ ଗୋଟିଏ ଅପରାଧ ଘଟୁଛି । କିନ୍ତୁ ରାଜ୍ୟର ଭାଜପା ସରକାର ଉଁ ଚୁଁ କରୁନି ।

 

ୟୁପିରେ ଚାଲିଛି ଅପରାଧୀଙ୍କ ଆତଙ୍କରାଜ୍ । ରାଜ୍ୟର ସ୍ଥିତି ଧୀରେ ଧୀରେ ବିଗିଡ଼ିବାକୁ ବସିଲାଣି । ସବୁ ଜାଣିଶୁଣି ରାଜ୍ୟର ଭାଜପା ସରକାର କ’ଣ କରୁଛନ୍ତି । ରାଜନୀତରୁ ଦୂରେଇ ରାଜ୍ୟକୁ ଅପରାଧ ମୁକ୍ତ କରିବା ସରକାର ପଦକ୍ଷେପ ନେବା ଜରରୁରୀ । ସମୟ ଅପଚୟ ନକରି ତୁରନ୍ତ ଏଦିଗରେ ସଚେତନ ହେବାପାଇଁ ଯୋଗୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀ ।