ରାଜନୀତିରୁ ସନ୍ୟାସ ନେଇ ପାରନ୍ତି କଂଗ୍ରେସ ନେତା ହରିଶ ରାୱତ, ଜାନୁଆରୀ ୫ ରେ କରିବେ ବଡ ଘୋଷଣା

140

କନକ ବ୍ୟୁରୋ : ରାଜସ୍ଥାନ ପରେ ଏବେ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଉତ୍ତରାଖଣ୍ଡରେ କଂଗ୍ରେସ କନ୍ଦଳ ଦେଖିବାକୁ ମିଳିଛି । କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନିଜ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ସେ ଜାନୁଆରୀ ୫ ତାରିଖରେ ରାଜନୀତିରୁ ସନ୍ୟାସ ନେବା ନେଇ ଘୋଷଣା କରିପାରନ୍ତି ।

ହରିଶ ରାୱତଙ୍କ ନିକଟତର ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆଗାମୀ ଦିନରେ ସେ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ ନିଷ୍ପତ୍ତି ନେଇ ପାରିନ୍ତି । ସୂତ୍ର ସୂଚନା ମୁତାବକ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନକୁ ନେଇ ସେ ଦଳ ଉପରେ ଅସନ୍ତୋଷ ଅଛନ୍ତି ।

ଅନ୍ୟପଟେ ଏହା ବି କୁହାଯାଉଛି କି ହରିଶ ରାୱତ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ନେଇ ଦଳ ଭିତରେ କନ୍ଦଳ ଦେଖାଦେଇଛି । ଉତ୍ତରାଖଣ୍ଡ କଂଗ୍ରେସ ପ୍ରଭାରୀ ଦେବେନ୍ଦ୍ର ଯାଦବ ହରିଶ ରାୱତ ଅସନ୍ତୋଷକୁ ନେଇ କହିଛନ୍ତି କି ସେ ଜଣେ ବରିଷ୍ଠ ନେତା ଓ ଏନେଇ ତାଙ୍କ ସହିତ ଆଲୋଚନା ହୋଇ ନାହିଁ ।

କହିରଖୁ କି ଏହା ପୂର୍ବରୁ ରାୱତଙ୍କର ଗୋଟିଏ ଟ୍ୱିଟ ଉତ୍ତରାଖଣ୍ଡ ରାଜନୀତିକୁ ସରଗରମ କରିଛି । ରାୱତ ଏକ ଟ୍ୱିଟରେ ଲେଖିଛନ୍ତି କି ଆଗାକୁ ବିଧାନସଭା ନିର୍ବାଚନ ଥିବା ବେଳେ ଦଳୀୟ ନେତାମାନେ ହାତକୁ ହାତ ଯୋଡି ଆଗକୁ ଆସିବା ପରିବେର୍ତ୍ତ ମୁହଁ ଫେରାଇ ଠିଆ ହେଉଛନ୍ତି । ଏହାସହ ଦଳୀୟ ନେତାମାନେ ନକରାତ୍ମକ ଭୂମିକା ନିର୍ବାହ କରୁଛନ୍ତି । ଏହାପରେ ଅନୁମାନ କରାଯାଇଥିଲା କି ରାୱତ ଦଳ ଓ ସଂଗଠନ ଉପରେ ଅସନ୍ତୋଷ ରହିଛନ୍ତି ।