କରୋନାର ବାସ୍ତବତା ଦେଖାଇଥିବା ଚୀନ୍‌ର ମହିଳା ସାମ୍ବାଦିକ ୪ ବର୍ଷ ପରେ ବି ଜେଲରେ ମୁକୁଳି ପାରିଲେ ନାହିଁ ।

92

ଚାଇନାର ମହିଳା ସାମ୍ବାଦିକ ଝାଙ୍ଗ ଜାନ ପ୍ରାରମ୍ଭିକ ଦିନରେ କରୋନା ଖବରକୁ କଭର କରିଥିଲେ । କରୋନାର ସତ୍ୟ ପଦାକୁ ଆଣିଥିବାରୁ ଚୀନ ସରକାର ରାଗ ରଖି ତାଙ୍କୁ ଜେଲ ରେ ପୁରେଇ ଦେଇଥିଲା ।  ସେ ଗତ ଚାରି ବର୍ଷ ଧରି ସାଂଘାଇ ମହିଳା କାରାଗାରରେ ଦଣ୍ଡ ଭୋଗୁଥିଲେ । ତାଙ୍କର ଦଣ୍ଡ ବର୍ତ୍ତମାନ ଶେଷ ହୋଇଛି ଏବଂ ତାଙ୍କୁ ସୋମବାର ଜେଲରୁ ମୁକ୍ତ କରାଯିବା କଥା କିନ୍ତୁ ତଥାପି ତାଙ୍କୁ ମୁକ୍ତି ମିଳିପାରୁନାହିଁ ।  ତାଙ୍କ ଘର ବିଷୟରେ କିଛି ଜଣା ନାହିଁ । ତାଙ୍କ ପରିବାରର ସମସ୍ତ ସଦସ୍ୟ ନିଖୋଜ ଅଛନ୍ତି ।

କରୋନା ଏପରି ଏକ ରୋଗର ନାମ ଯାହାକୁ ଶୁଣିଲେ  ଲୋକମାନେ ଭୟରେ ଛାନିଆ ହେଇଯାଆନ୍ତି ।  ସେହି ସମୟର ସେହି ଭୟଙ୍କର ଦୃଶ୍ୟ ମନେ ପଡ଼ିଲେ ଆଜି ବି ଲୋକମାନଙ୍କ ରୁମ ତାଙ୍କୁରି ଉଠେ । ଏହି ମାରାତ୍ମକ ମହାମାରୀରେ ଲକ୍ଷ ଲକ୍ଷ ଲୋକ ଏହି ଦୁନିଆ ଛାଡି ଚାଲିଗଲେ । କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରୁଥିଲା । ଏହି ନାମ ଲୋକମାନଙ୍କ ମଧ୍ୟରେ ଏତେ ଆତଙ୍କ ସୃଷ୍ଟି କରିଥିଲା ​​ଯେ ଲୋକମାନେ ନିଜ ଲୋକଙ୍କଠାରୁ ଦୂରରେ ରହିଲେ । ଚୀନ୍‌ରୁ କରୋନା ପରି ମହାମାରୀ ଆରମ୍ଭ ହୋଇଥିଲା ।

କରୋନା ପ୍ରଥମେ ଚାଇନାର ୱୁହାନର ଏକ ଲାବରାଟୋରୀରୁ ସୃଷ୍ଟି ହେଇଥିଲା ବୋଲି କୁହା ଯାଉଛି । ଧୀରେ ଧୀରେ ଆରମ୍ଭ ହେଇ ପ୍ରାୟ ପୃଥିବୀ ସାରା ବ୍ୟାପି ଏକ ବଡ଼ ଧରଣର ହଇଚଇ ସୃଷ୍ଟି କରିଥିଲା ​​ଯେ ଲୋକମାନେ ଏହାକୁ ମନେ ପକେଇବାକୁ ବି ଡରୁଛନ୍ତି । ଏହି ସମୟରେ, ଖବର ଆସିଛି ଯେ ଯେତେବେଳେ କରୋନା ମହାମାରୀ ଆରମ୍ଭ ହୋଇଥିଲା, ସେତେବେଳେ ଏହି ଖବର ଲୋକଲୋଚନକୁ ଆଣିଥିବା ମହିଳା  ସାମ୍ବାଦିକଙ୍କ ଘରର କୌଣସି ଚିହ୍ନବର୍ଣ ନାହିଁ। ତାଙ୍କ ପରିବାରର ସମସ୍ତ ସଦସ୍ୟ ନିଖୋଜ ଅଛନ୍ତି । ଗତ ଚାରିବର୍ଷ ଧରି ସେ ଜେଲରେ ଥିଲେ ।

ପ୍ରାରମ୍ଭିକ ଦିନରେ କରୋନାର ରିପୋର୍ଟିଂ କରିଥିଲେ

ଚାଇନାର ଏହି ମହିଳା ସାମ୍ବାଦିକ ଝାଙ୍ଗ ଜାନ ପ୍ରାରମ୍ଭିକ ଦିନରେ କରୋନା ଖବରକୁ ଟିକିନିଖି କଭର୍ କରିଥିଲେ । ଏହି ସମୟ ମଧ୍ୟରେ ସେ ଅନେକ ଯନ୍ତ୍ରଣାଦାୟକ ଏପରି ଚିତ୍ର ଦେଖାଇଥିଲେ ଯେଉଁଥିପାଇଁ ଚୀନ୍ ସମଗ୍ର ବିଶ୍ବରେ ସମାଲୋଚନାର ପାତ୍ର ହେଇଥିଲା । ତାଙ୍କର ରିପୋର୍ଟ ସମଗ୍ର ଚାଇନାରେ ହଇଚଇ  ସୃଷ୍ଟି କରିଥିଲା । ଲୋକମାନେ ଚୀନ୍‌ର ପ୍ରକୃତ ପରିସ୍ଥିତି ଜାଣିବାକୁ ପାଇଥିଲେ ।  ଚୀନର ବାସ୍ତବ ଚିତ୍ର ପଦାକୁ ଆସିଥିଲା । ଏହି ସମୟରେ ସାମ୍ବାଦିକ ଝାଙ୍ଗ ଜାନଙ୍କୁ ଝଗଡା କରିବା , ମିଥ୍ୟା ଖବର ପ୍ରସାରଣ କରିବା ଓ  ବିଶୃଙ୍ଖଳା ସୃଷ୍ଟି କରିବା ପରି ମିଥ୍ୟା ଅଭିଯୋଗରେ ଜେଲରେ ପୁରେଇ ଦିଆ ଯାଇଥିଲା। ସେ ଗତ ଚାରି ବର୍ଷ ଧରି ସାଂଘାଇ ମହିଳା କାରାଗାରରେ ଦଣ୍ଡ ଭୋଗୁଥିଲେ। ତାଙ୍କର ଦଣ୍ଡ ବର୍ତ୍ତମାନ ଶେଷ ହୋଇଛି ଏବଂ ତାଙ୍କୁ ସୋମବାର ଜେଲରୁ ମୁକ୍ତ କରାଯିବା କଥା  କିନ୍ତୁ ତାଙ୍କୁ ମୁକ୍ତି ମିଳିଲା ନାହିଁ ।  ତାଙ୍କ ଘର ବିଷୟରେ କିଛି ଖବର ଜଣା ନାହିଁ । ତାଙ୍କ ପରିବାରର ସମସ୍ତ ସଦସ୍ୟ ନିଖୋଜ ଅଛନ୍ତି ।

 ବାପାଙ୍କ ସହ ଯୋଗାଯୋଗ କରି ପାରୁନାହାନ୍ତି ।

ଝାଙ୍ଗଙ୍କ ମାମଲା ଲଢୁଥିବା ଓକିଲ ରେନ୍ କ୍ୱାନୁ କହିଛନ୍ତି ଯେ ସେ ଝାଙ୍ଗଙ୍କ ପିତାଙ୍କ ସହ କଥାବାର୍ତ୍ତା ହୋଇପାରୁ ନାହାଁନ୍ତି । ତାଙ୍କ ସହ ଯୋଗାଯୋଗ କରି ହେଉନାହିଁ ।  ଝାଙ୍ଗଙ୍କ ବିଷୟରେ ଚିନ୍ତା ପ୍ରକଟ କରି ସେ କହିଛନ୍ତି ଯେ ପୋଲିସ ତାଙ୍କୁ ବହୁଦିନ ଧରି ଜେଲରେ ରଖିବା ପରେ ଏବେ ତାଙ୍କୁ ମୁକ୍ତ କରାଯିବ।

ଝାଙ୍ଗଙ୍କ ମୁକ୍ତି ପାଇଁ ବିକ୍ଷୋଭ ପ୍ରଦର୍ଶନ

ଝାଙ୍ଗଙ୍କ ମୁକ୍ତି ଦାବିରେ ରେନ୍ସ ଏବଂ ବ୍ରିଟେନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଲୋକମାନେ ଯଥାଶୀଘ୍ର ତାଙ୍କୁ ମୁକ୍ତ କରିବାକୁ ଦାବି କରୁଛନ୍ତି । ‘ଝାଙ୍ଗ ରିଲିଜ୍’ ସ୍ଲୋଗାନ ଦେଇ ଏହି ଅଭିଯାନ ଆରମ୍ଭ କରିଥିବା ଜଣେ ବିଦେଶୀ କାର୍ଯ୍ୟକର୍ତ୍ତା ଜେନ ୱାଙ୍ଗ କହିଛନ୍ତି ଯେ ଝାଙ୍ଗଙ୍କ ଚାରି ବର୍ଷର ଦଣ୍ଡର ଶେଷ ଦିନ ସୋମବାର କିନ୍ତୁ ତାଙ୍କୁ ମୁକ୍ତ କରାଯାଇ ପାରିଲା ନାହିଁ।ଝାଙ୍ଗ ସେହି କିଛି ଆଙ୍ଗୁଠି ଗଣତି ସାମ୍ବାଦିକଙ୍କ ମଧ୍ୟରେ ଥିଲେ ଯେଉଁମାନେ ଫେବୃଆରୀ  ୨୦୨୦ ରେ କରୋନା ଆରମ୍ଭ ହେବା  ସମୟରେ ରିପୋର୍ଟିଂ କରିଥିଲେ । କରୋନା ଆରମ୍ଭ ହେଲା ପରେ ଚୀନ୍ ସରକାର ଲକ ଡାଉନ କରି ଦେଇଥିଲେ । ଲକ ଡାଉନ ସତ୍ତ୍ବେ ଝାଙ୍ଗ ଚାଇନାର ୱୁହାନ ସହରକୁ ଯାଇ ନିଜ ଜୀବନକୁ ବାଜି ଲଗେଇ ସେଠାରେ ରିପୋର୍ଟ କରିଥିଲେ। ଯେଉଥିପାଇଁ ଚୀନର ସତ୍ୟ ସାମନାକୁ ଆସିଥିଲା ।