ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ । ପ୍ରତ୍ୟାହାର ହେବ ସଂରକ୍ଷଣ ବିଜ୍ଞପ୍ତି ।

570

କନକ ବ୍ୟୁରୋ : ଚଳିତ ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ । ଯେଉଁଠି ଜିଲ୍ଲାପରିଷଦ, ସରପଞ୍ଚ, ସମିତି ସଭ୍ୟଙ୍କ ପାଇଁ ଆସନ ଓବିସିଙ୍କ ପାଇଁ ସଂରକ୍ଷଣ ହୋଇଛି ତାହାକୁ ପରିବର୍ତନ କରାଯାଇ ସେହି ଆସନ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ । ଏ ନେଇ ହାଇକୋର୍ଟଙ୍କ ରାୟ ଆସିବା ପରେ ସଂରକ୍ଷଣ ତାଲିକାକୁ ପ୍ରତ୍ୟାହାର କରାଯିବ ବୋଲି ସରକାର କହିଛନ୍ତି । ଆସନ୍ତା ୨୭ ତାରିଖରେ ପୁନଃ ସଂରକ୍ଷଣ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବ ।

୩ ତାରିଖରେ ସଂରକ୍ଷଣକୁ ନେଇ ବ୍ଲକ ଓ ଜିଲ୍ଲା ସ୍ତରରେ ଆପତି ଅଭିଯୋଗ ଶୁଣାଣି କରାଯିବ । ୫ ତାରିଖରେ ଶୁଣାଣିର ସମାଧାନ କରାଯିବ ଏବଂ ୭ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ୮ ତାରିଖରେ ପଂଚାୟତରାଜ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ତାଲିକା ଦିଆଯିବ । ତେବେ କେବେ ନିର୍ବାଚନ ହେବ ଏ ନେଇ ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିବେ । ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଏହି ନିୟମ ଲାଗୁ ହୋଇଥିଲା । ତେଣୁ ଓଡିଶାରେ ମଧ୍ୟ ଏହାକୁ ଲାଗୁ କରାଯାଇଛି ।