ମା’ ମାନଙ୍କର ଉନ୍ନତିରେ ରାଜ୍ୟର ଉନ୍ନତି । ମିଶନ ଶକ୍ତି ମହିଳାମାନଙ୍କୁ ମୁଁ ସାଲ୍ୟୁଟ କରୁଛି – ମୁଖ୍ୟମନ୍ତ୍ରୀ

173

କନକ ବ୍ୟୁରୋ: ଭୁବନେଶ୍ୱରରେ ମିଶନ ଶକ୍ତି ବଜରାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ତା ସହିତ ମୁଖ୍ୟମନ୍ତ୍ରୀ ଇ-ମାର୍କେଟ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ମିଶନ ଶକ୍ତିର ମା’ ମାନଙ୍କ କଥା ବୁଝିବା ପାଇଁ ଏକ ସ୍ୱତନ୍ତ୍ର ଡିପାର୍ଟମେଣ୍ଟ ରହିଛି । ମିଶନ ଶକ୍ତିର ମା ମାନଙ୍କୁ ୫ ହଜାର କୋଟି ଟଙ୍କାର ସରକାରୀ କାମ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା ଯାହାକୁ ଏବେ କାର୍ଯ୍ୟକାରୀ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏବର୍ଷ ମିଶନ ଶକ୍ତିର ମା’ ମାନଙ୍କୁ ୬ ହଜାର କୋଟି ଟଙ୍କାର ଋଣ ଦିଆଗଲାଣି । ମା ମାନଙ୍କର ଅର୍ଥନୈତିକ ବିକାଶ ପାଇଁ ସରକାର ସବୁବେଳେ ଚେଷ୍ଟା କରୁଛି । ସବୁ ପଂଚାୟତରେ ଏବେ ମିଶନ ଶକ୍ତି ଘରର ନିର୍ମାଣ କରାଯାଉଛି । ତା ସହିତ ଏବେ ସବୁ ଫେଡେରେସନ ଇସି ମେମ୍ବର ମାନଙ୍କୁ ଟ୍ରାଭେଲ ଖର୍ଚ୍ଚ ମିଳିବ । ଏନେଇ ୨ ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ  ଅନଲାଇନ୍ ମିଶନ ଶକ୍ତି ବଜାର ଏସଏଚଜି ପ୍ରଡକ୍ଟ ବିକ୍ରିରେ ସହାୟକ ହୋଇପାରିବ । ଭୁବନେଶ୍ୱର ମିଶନ ଶକ୍ତି ବଜାର ମାନଙ୍କର ରୋଜଗାର ବୃଦ୍ଧି କରିବ । ଆଗକୁ ସାରା ରାଜ୍ୟରେ ଏଭଳି ମିଶନ ଶକ୍ତିର ବଜାର ଆରମ୍ଭ ହେବ, ପ୍ରତି ଜିଲ୍ଲାରେ ଡିଷ୍ଟ୍ରିକ୍ ମିଶନ ଶକ୍ତି ଭବନ କରାଯିବ । ଏଥିପାଇଁ ମୋଟ ୧ କୋଟି ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । କରୋନା କାଳରେ ମିଶନ ଶକ୍ତି ମାମାନେ ଭଲ କାମ କରିଛନ୍ତି । ମିଶନ ଶକ୍ତି ମହିଳାମାନଙ୍କୁ ମୁଁ ସାଲ୍ୟୁଟ କରୁଛି ବୋଲି ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ ।