ବହୁଚର୍ଚ୍ଚତ ବିଲକିସ ବାନୋ ଗଣ ଦୁଷ୍କର୍ମ ମାମଲା, ଡିସେମ୍ବର ୧୩ ରେ ହେବ ଶୁଣାଣି

150

କନକ ବ୍ୟୁରୋ : ବହୁଚର୍ଚ୍ଚତ ବିଲକିସ ବାନୋ ଗଣ ଦୁଷ୍କର୍ମ ମାମଲାରେ ୧୩ ଡିସେମ୍ବରରେ ହେବ ସୁପ୍ରିମକୋର୍ଟରେ ଶୁଣାଣୀ । ବିଲକିସ୍ ଙ୍କ ଆବେଦନ ଉପରେ ଣୁଣାଣୀ କରିବେ ସୁପ୍ରିମକୋର୍ଟ । ଜଷ୍ଟିସ ଅଜୟ ରସ୍ତୋଗିଙ୍କ ନେତୃତ୍ୱରେ ଏକ ବେଂଚ ଏହି ମାମଲାର ଶୁଣାଣୀ କରିବେ । ମୁମ୍ବାଇରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ୧୧ ଦୋଷୀଙ୍କୁ ବିଲକିସ୍ ବାନୋଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଓ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରିବା ଅପରାଧରେ ୨୦୦୮ ମସିହା, ଜାନୁଆରୀ ୨୧ ତାରିଖରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ହେଲେ ଗୁଜୁରାଟ ସରକାର ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ୧୧ ଅଭିଯୁକ୍ତଙ୍କୁ ଚଳିତ ଅଗଷ୍ଟ ୧୫ ତାରିଖରେ ନିଦ୍ଦୋର୍ଷରେ ମୁକୁଳାଇଥିଲେ । କ୍ଷମା ରାଜିନାମା ଆଧାରରେ ଏମାନଙ୍କୁ ଜେଲରୁ ଖଲାସ ନେଇ ଅନୁମତି ଦେଇଥିଲେ ଗୁଜରାଟ ସରକାର । ଯାହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ରିଟ୍ ପିଟିସନ୍ ଦାୟର କରିଥିଲେ ବିଲକିସ୍ ବାନୋ । ଡିସେମ୍ବର ୧୩ରେ ଏହାର ଶୁଣାଣୀ ରହିଛି ।