୫ବର୍ଷ ଭିତରେ ପ୍ରଧାନମନ୍ତ୍ରୀଙ୍କ ବିଦେଶଗସ୍ତ ଖର୍ଚ୍ଚର ତଥ୍ୟ ସାର୍ବଜନୀନ କଲେ କେନ୍ଦ୍ର ସରକାର । ରାଜ୍ୟସଭାରେ ତଥ୍ୟ ଦେଲେ ବିଦେଶ ରାଜ୍ୟମନ୍ତ୍ରୀ ଭି.ମୁରଲୀଧରନ

635

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶଗସ୍ତ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଗନ୍ତବ୍ୟସ୍ଥଳଠୁ ନେଇ ଖର୍ଚ୍ଚ । ଏଗୁଡିକ ଉପରେ ମଧ୍ୟ ନଜର ରହିଥାଏ । ଗତ ୫ବର୍ଷ ମଧ୍ୟରେ ମୋଦୀଙ୍କ ବିଦେଶଗସ୍ତକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟସଭାରେ ତଥ୍ୟ ପ୍ରଦାନ କରାଯାଇଛି । ରାଜ୍ୟସଭାରେ ବିଦେଶ ରାଜ୍ୟମନ୍ତ୍ରୀ ଭି,ମୂରଲୀଧରନ ପ୍ରଧାନମନ୍ତ୍ରୀଙ୍କ ବିଦେଶଗସ୍ତ ଯାତ୍ରାର ବିବରଣୀ ପ୍ରଦାନ କରିଛନ୍ତି । ଗତ ୫ବର୍ଷ ଭିତରେ ମୋଦୀ ୩୬ ଦେଶ ଯାଇଛନ୍ତି । ଏଥିରେ ୨୩୯.୦୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସବୁଠୁ ରୋଚକ କଥା ହେଉଛି ୨୦୦୪ରୁ ୨୦୧୩ ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଦେଶ ଗସ୍ତରେ ୬୪୨କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ମୋଦୀଙ୍କ ଗସ୍ତ ତୁଳନାରେ ୩ଗୁଣା ଅଧିକ ଅଟେ ।