ଝିଅକୁ କମେଂଟ, ମାଆକୁ ହତ୍ୟା : ଗଂଜାମ ଜିଲ୍ଲାରେ ଚାଂଚଲ୍ୟକର ଘଟଣା

26

ଗଂଜାମ : କମେଂଟ ନିଆଁରେ ଜଳିଗଲା ଥାନା । ଝିଅକୁ କମେଂଟ ମାରିବା ପରେ ମାଆକୁ ହତ୍ୟା କରାଯାଇଛି। ଗଂଜାମ ଜିଲ୍ଲାରେ ଘଟିଛି ଏଭଳି ଚାଂଚଲ୍ୟକର ଘଟଣା । କମେଂଟ ମାରିବାକୁ ନେଇ ଅଶାନ୍ତ ହୋଇପଡିଛି ଗଂଜାମ ଜିଲ୍ଲାର ପୋଲସରା । ଥାନାରେ ବ୍ୟାପକ ଭଂଗାରୁଜା ଓ ପୋଡାଜଳା । ପୋଲିସ ଗାଡି ସହ ଥାନାରେ ନିଆଁ ଲଗାଇଦେଇଛନ୍ତି ଉତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ଏବେବି ଚାପା ଉତେଜନା ଲାଗିରହିଛି। କମେଂଟ ମାରିବାକୁ ନେଇ ଜଣଙ୍କ ଜୀବନ ଚାଲିଯିବା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇଛି। ପୋଲସରା ଥାନା ଆଇଆଇସିଙ୍କୁ ସସପେଣ୍ଡ କରିଛନ୍ତି ପୋଲିସ ଡିଜି।