୯ ଦିନର ଜୀବନ ସଂଘର୍ଷ ପରେ ହାରିଗଲେ ନିଲମ୍ବିତ ହୋମଗାର୍ଡ : ପୈତୃକ ବାସଭବନରେ ପହଁଚିଲା ସନ୍ଦୀପଙ୍କ ମୃତ ଦେହ

37

କଣାସ ହଳଦିଆପଡା ପୈତୃକ ବାସଭବନରେ ପହଁଚିଲା ସନ୍ଦୀପଙ୍କ ମୃତ ଦେହ । ଜୀବନ ଯୁଦ୍ଧରେ ହାରିଗଲେ ନିଲମ୍ବିତ ହୋମଗାର୍ଡ ସନ୍ଦୀପ ହାତୀ । ଗତକାଲି ବିଳମ୍ବିତ ରାତିରେ କଟକ ଏସସିବିରେ ସେ ଆଖି ବୁଜିଛନ୍ତି। ଆତ୍ମାହୁତି ଉଦ୍ୟମ ପରେ ସେ ଗୁରୁତର ହୋଇପଡିଥିବାରୁ ଏସସିବିରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତକାଲି ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଏସସିିବିର ଟ୍ରମା ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ।

ବିଳମ୍ବିତ ରାତିରେ ତାଙ୍କର ମୃତ୍ୟ ହୋଇଛି । ଶବ ବ୍ୟବଚ୍ଚେଦ ପରେ କଣାସ ବ୍ଲକ ହଳଦିଆପଡିଆ ବାସଭବନରେ ତାଙ୍କ ମୃତଦେହ ପହଚିଂଛି । ସେଠାରେ ଅନ୍ତିମ ସଂସ୍କାର କରାଯିବ । ଚାକିରିରୁ ଛଟେଇ ପ୍ରତିବାଦରେ ନବୀନ ନିବାସ ସାମ୍ନାରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ ସନ୍ଦୀପ । ତାଙ୍କର ଶରୀରର ପ୍ରାୟ ୭୫ ଭାଗ ପୋଡିଯାଇଥିଲା ।

ସନ୍ଦୀପ ଜଣେ ହୋମଗାର୍ଡ ଭାବେ କାମ କରୁଥିବାବେଳେ କୌଣସି କାରଣରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ପୁନଃ ଚାକିରିରେ ଅବସ୍ଥାପିତ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରି ନିରାଶ ହେବା ପରେ ଏଭଳି ଚରମ ପଦକ୍ଷେପ ନେଇଥିଲେ ।