ସମ୍ବଲପୁରରେ ସାଇବର ହ୍ୟାକର, ଇଂଜିନିୟରିଂ ଛାତ୍ର ଗିରଫ

34

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ :  ସମ୍ବଲପୁରରେ ସାଇବର ଅପରାଧୀ ଗିରଫ । ନିଜେ କାମ କରୁଥିବା ମୋବାଇଲ ଦୋକାନ ମାଲିକଙ୍କ ବ୍ୟାଙ୍କ ଆକାଉଂଟରୁ ୪ ଲକ୍ଷ ଟଙ୍କା ଉଡାଇ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଇଂଜିନିୟରିଂ ଛାତ୍ର । ପ୍ରିୟବ୍ରତ ନାୟକ ନାମକ ଏହି ଛାତ୍ର ଇଂଜିନିୟରଂ ପାଠ ଅଧାରୁ ଛାଡି ଏକ କମ୍ପ୍ୟୁଟର ପାର୍ଟସ ଦୋକାନରେ ସର୍ଭିସ ଇଂଜିନିୟର ଭାବେ କାମ କରୁଥିଲେ । ତେବେ ଦୋକାନ ମାଲିକ ନେଟ୍ ବ୍ୟାଙ୍କିଙ୍ଗ ବ୍ୟବହାର କଲାବେଳେ ଏହାକୁ ହ୍ୟାକ୍ କରିଥିଲେ  ପ୍ରିୟବ୍ରତ । ଗତ ୨୮ ତାରିଖ ଦିନ ୧୦ଟା ବେଳେ ସେ ଆକାଉଂଟକୁ ହ୍ୟାକ କରି ପ୍ରାୟ ୪ ଲକ୍ଷ ଟଙ୍କା ଉଡାଇ ନେଇଥିଲେ । ତେବେ ଦୋକାନ ମାଲିକଙ୍କ ନିକଟକୁ ଟଙ୍କା ଉଠାଣ ନେଇ ମେସେଜ ଆସିବା ପରେ ସେ ତୁରନ୍ତ ଆକାଉଂଟକୁ ବ୍ଲକ କରି ଅଇଁଠାପାଲି ପୋଲିସରେ ଅଭିଯୋଗ କରିଥିଲେ । ପରେ ପୋଲିସ ସାଇବର ସେଲ ସହାୟତାରେ ପ୍ରିୟବ୍ରତଙ୍କ ଘରେ ଚଢାଉ କରି ତାଙ୍କୁ ଗିରଫ କରିଛି ।