ଚାଷୀ ସମସ୍ୟାକୁ ନେଇ କମ୍ପିଲା ବିଧାନସଭା । ବିଜେପି ବିଧାୟକଙ୍କ ହଲ୍ଲାବୋଲ, ପୋଡିୟମ ତଳେ ନାରାବାଜି 

52

କନକ ବ୍ୟୁରୋ: ଆଜି ଚାଲିପାରିଲାନି ବିଧାନସଭା । ଚାଷୀ ସମସ୍ୟାକୁ ନେଇ ବିଜେପି ବିଧାୟକଙ୍କ ହୋହଲ୍ଲା । ହାତରେ ପୋଷ୍ଟର ଧରି ପୋଡିୟମ ତଳେ ନାରାବାଜି କରିଛନ୍ତି ବିଜେପି ବିଧାୟକମାନେ  । ଫଳରେ ସାଢେ ୧୧ ଟା ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ଚାଷୀଙ୍କୁ ସହାୟତା ଲାଗି ୨ଶହ କୋଟିର ପ୍ୟାକେଜ ଘୋଷଣା ହୋଇଛି । ହେଲେ କେଉଁମାନେ ସହାୟତା ପାଇବେ ସେନେଇ କୌଣସି ନିଷ୍ପତି ନିଆଯାଇନି । ମନ୍ତ୍ରୀମାନେ ବିଧାନସଭାରେ କାଠ କଣ୍ଡେଇ ସାଜିଛନ୍ତି । ମନ୍ତ୍ରୀମାନେ କିଛି ଜାଣୁନାହାନ୍ତି, ଅଫିସର ଦେଉଥିବା ଚିଠିକୁ ବିଧାନସଭାରେ ମନ୍ତ୍ରୀମାନେ ଆସି ପଢ଼ୁଥିବା କହିଛନ୍ତି ମୋହନ ମାଝୀ । ବିଧାନସଭା ଘେରାଉ କରିବାକୁ ଭାରତୀୟ ଜନତା ପାର୍ଟି ନେତା ଓ କର୍ମୀଙ୍କ ରାଲି କରୁଥିବା ଦେଖିବାକୁ ମିଳିଛି ।