ମଧ୍ୟାହ୍ନ ଭୋଜନରେ ଦିଆଯାଉଛି ପଚାଅଣ୍ଡା ! ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା

29

କନକ ବ୍ୟୁରୋ : ସରକାର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରିବାପାଇଁ ମଧ୍ୟାହ୍ନ ଭୋଜନ ସାଙ୍ଗକୁ ସପ୍ତାହରେ ୨ଦିନ ଅଣ୍ଡାଦେବା ପାଇଁ ନିୟମ କରିଛନ୍ତି । କିନ୍ତୁ ମଧ୍ୟାହ୍ନ ଭୋଜନରେ ପଚାଅଣ୍ଡା ଦେଇଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ସ୍କୁଲ ଆଗରେ ଧାରଣାରେ ବସିଥିଲେ । କଳାହାଣ୍ଡି ଜିଲା କୋକସରା ବ୍ଳକ ଗହନାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଛାତ୍ରଙ୍କୁ ବୁଧବାର ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା ଦେଉଥିବା ଅଭିଯୋଗ ହୋଇଥିଲା । ଏହାକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ସ୍କୁଲରେ ବାରମ୍ବାର ଏଭଳି ପଚା ଅଣ୍ଡା ରାନ୍ଧି ପିଲାଙ୍କୁ ଖାଇବାକୁ ଦିଆଯାଉଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ । ଏନେଇ କୋକସରା ସହକାରି ଗୋଷ୍ଠି ଶିକ୍ଷା ଅଧିକାରୀ ତୋଫାନ ମାଝିଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।