ରୋଜଭ୍ୟାଲି ଚିଟଫଣ୍ଡ ମାମଲା : ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା ସିବିଆଇ

44

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ତୃଣମୂଳ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ୧୨ ଦିନ ରିମାଣ୍ଡରେ ନେବାପାଇଁ ଆବେଦନ ହୋଇଥିଲା । ସ୍ପେସାଲ ସିଜେଏମ କୋର୍ଟ ୬ ଦିନ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଛନ୍ତି । ମେଡିକାଲ ଚେକ୍ ଅପ୍ ପରେ ସୁଦୀପଙ୍କୁ କୋର୍ଟ ନିଆଯାଥିଲା । ତାଙ୍କ ଓକିଲଙ୍କ ତରଫରୁ ଜାମିନ ପାଇଁ ଆବେଦନ କରାଯାଇଥିଲା ।

ସୁଦୀପଙ୍କ ପୂର୍ବରୁ ସାଂସଦ ତାପସ ପାଲଙ୍କୁ ଗିରଫ କରିଥିଲା ସିବିଆଇ । ତାପସ ପାଲଙ୍କ ରିମାଣ୍ଡ ୨ ଦିନ ବାକି ରହିଥିବାରୁ ଦୁଇ ନେତାଙ୍କୁ ମୁହାଁ ମୁହିଁ ଜେରା କରିପାରେ ସିବିଆଇ । କେନ୍ଦ୍ର ତୃଣମୂଳ କଂଗ୍ରେସ ଉପରେ ରାଜନୈତିକ ଆକ୍ରୋଶ ରଖିଛି ବୋଲି ଅଭିଯୋଗ କରିଛନ୍ତି ସମର୍ଥକ ।

ବିମୁଦ୍ରାକରଣକୁ ବିରୋଧ କରିଥିବାରୁ ବରିଷ୍ଠ ନେତାଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ ହେଉଛି । ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଏହି କାରଣରୁ ଗିରଫ କରାଯାଇଥିବା କହିଛନ୍ତି ସମର୍ଥକ । ରିମାଣ୍ଡରେ ତାଙ୍କୁ ନେବା ବେଳେ ଟିଏମସି ସମର୍ଥକ ସୁଦୀପ ଲଙ୍ଗ ଲିଭ୍ ନାରା ଦେଇଥିଲେ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :