ସମ୍ବଲପୁରରେ ସିରିଜ୍ ଦୁର୍ଘଟଣା ! ପଛପଟୁ ଆସି ୪ବାଇକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜଣେ ମୃତ, ୯ଆହତ

32

କନକ ବ୍ୟୁରୋ: ସମ୍ବଲପୁରରେ ସିରିଜ୍ ଦୁର୍ଘଟଣା । ଦୁର୍ଗାପାଲି ଛକ ନିକଟରେ ୪ଟି ବାଇକକୁ ଧକ୍କା ଦେବା ପରେ ଜଳିଗଲା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବୁର୍ଲାରୁ ସମ୍ବଲପୁର ଆସୁଥିବା ଏକ ଧଳା ରଙ୍ଗର କାର ପଛପଟୁ ଆସି ୩ଟି ବାଇକକୁ ଧକ୍କା ଦେଇଥିଲା । ଲୋକମାନେ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବାବେଳେ ଆଉ ଏକ ବାଇକକୁ ଧକ୍କା ଦେଇଥିଲା । ତାପରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ନିଆଁ ଲାଗି ଯାଇଥିଲା ।