ଆରପାରିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ମହାପାତ୍ର : ୧୦୧ ବର୍ଷ ବୟସରେ ଚିକତ୍ସାଧୀନ ଅବସ୍ଥାରେ ପରଲୋକ, ବୁଦ୍ଧିଜୀବୀ ମହଲରେ ଶୋକ

110

କନକ ବ୍ୟୁରୋ : ଆରପାରିରେ ଆଉ ଜଣେ ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ । ଢେଙ୍କାନାଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ମହାପାତ୍ରଙ୍କ ୧୦୧ ବର୍ଷ ବୟସରେ ପରଲୋକ ହୋଇଛି । ୧୨ ଦିନ ହେଲା ସେ ଢେଙ୍କାନାଳ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇ ହସ୍ପିଟାଲରେ ଜିଲ୍ଲାର ବିଭିନ୍ନ ସଂଗଠନ, ଅନୁଷ୍ଠାନ ତଥା ବୁଦ୍ଧିଜୀବୀ ପହଂଚି ଶେଷ ଦର୍ଶନ କରିଥିଲେ । ବ୍ରଜ କିଶୋର ମହାପାତ୍ରଙ୍କ ପରଲୋକ ଢେଙ୍କାନାଳ ଓ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।