କେମିତି ରଖିବେ ତ୍ୱଚାକୁ ସୁସ୍ଥ ? କେଉଁ ସବୁ ଦିଗ ପ୍ରତି ଦେବାକୁ ପଡିବ ଧ୍ୟାନ ?

178

କନକ ବ୍ୟୁରୋ : ସୁନ୍ଦର ଓ ଉଜ୍ୱଳ ତ୍ୱଛା କିଏ ନ ଚାହେଁ । ହେଲେ କିପରି ନିଜ ସ୍କିନ ବା ତ୍ୱଚାକୁ ସୁସ୍ଥ ଓ ଉଜ୍ୱଳ ରଖିବେ, ଏଥିପାଇଁ କିଛି ନିୟମ ଓ ସାବଧାନତା ପାଳନ କରିବାକୁ ହେବ । ଉପଯୁକ୍ତ ଖାଦ୍ୟ, ବ୍ୟାୟାମ, ଠିକ୍ ଭାବେ ଶୋଇବା ଓ ଚାପମୁକ୍ତ ରହିବା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

କେମିତି ରଖିବେ ତ୍ୱଚାକୁ ସୁସ୍ଥ ?

• ସ୍କିନ ପାଇଁ ଉପଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ିବ
• ନିୟମିତ ବ୍ୟାୟାମ କରିବାକୁ ଜରୁରୀ
• ଠିକ୍ ଭାବେ ଶୋଇବା ଦରକାର
• ଚାପ ଠାରୁ ଦୂରେଇ ରହିବାକୁ ହେବ
• ଉପଯୁକ୍ତ ପରିମାଣର ପାଣି ପିଇବା ଉଚିତ
• ଭିଟାମିନ୍-ଇ ଓ ଭିଟାମିନ୍-ସି ଯୁକ୍ତ ଖାଦ୍ୟ ଉପରେ ଜୋର ଦେବା ଭଲ
• ଯେତେ ସମ୍ଭବ କେମିକାଲ ଠାରୁ ନିଜକୁ ଦୂରେଇ ରହିବା ଦରକାର
• ଅତିକମରେ ଦିନକୁ ୬ ଘଂଟା ଶୋଇବା ଜରୁରୀ
• ଜଙ୍କ ଫୁଡ ଠାରୁ ଦୂରେଇ ରୁହନ୍ତୁ, ଅତ୍ୟଧିକ ଚିନି କିମ୍ବା ଲୁଣ ଥିବା ଖାଦ୍ୟ ଖାଆନ୍ତୁ ନାହିଁ
• ଏକ ସନ୍ତୁଳିତ ଖାଦ୍ୟ ସୁନ୍ଦର ଓ ସୁସ୍ଥ ତ୍ୱଚାର ମୂଳ ରହସ୍ୟ